କାହା ଛାତ୍ରଛାୟା ରେ ଥାନାବାବୁ ?? ଦୃବ୍ୟବହାର ପାଇଁ କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ ??

ଓଡିଶାExclusive Beuro : କୁହାଯାଏ ବାଡ ଯଦି ଫସଲ ଖାଏ କାହାକୁ ଗୁହାରି କରିବା ?? ଯେମିତି କି ଏକ ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ I ଜଣେ ବ୍ୟକ୍ତି ନ୍ୟାୟ ପାଇବା ପାଇଁ ପୋଲିସ ବାବୁଙ୍କ ଦ୍ୱାରସ୍ଥ ହେଇଥିଲେ ମଧ୍ୟ ଦୀର୍ଘ ସତର ଦିନପରେ ନ୍ୟାୟ ପାଇନଥିଲେ I ବରଂ ନ୍ୟାୟ ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ଓଲଟା ନାଲିଆଖି ଦେଖାଇ ଥାନାରୁ ବାହାର କରିଦେଇଛନ୍ତି ଥାନା ବାବୁ I ସୂଚନା ଅନୁଯାଇ ଏହି ଅଞ୍ଚଳ ର ଗୟାଧର ନାୟକଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଙ୍କୁ ଜା ମୌନାବତୀ ନାୟକ କାମୁଡି ଗାଲରୁ ମାଂସ ନେଇଯାଇଥିଲେ ଏନେଇ ଥାନାରେ ଏତଲା ଦେଇଥିଲେ ସନ୍ଧ୍ୟାରାଣୀ I

ତେବେ ଭାଇବୋହୁ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ତେବେ ଘଟଣା କୁ ଦୀର୍ଘ 17ଦିନ ବିତିଯିବା ପରେ ମଧ୍ୟ ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଦାୟିତ୍ୱ ରେ ଥିବା ଥାନାବାବୁ ଏଏସଆଇ ଡି. ନନ୍ଦ ଏନେଇ ପଚାରିଥିଲେ ଅଭିଯୋଗକାରୀ ସନ୍ଧ୍ୟାରାଣୀ ଏବଂ ସ୍ୱାମୀ I କିନ୍ତୁ ନ୍ୟାୟ ବଦଳରେ ଓଲଟା ଥାନା ବାବୁ କାନରେ ପର ଗେଞ୍ଜି ,ପୁରା ପୁଲିସିଆ ଷ୍ଟାଇଲ ରେ ବେଖାତିର ଢଙ୍ଗରେ ଜବାବ ଦେଇଥିଲେ ସଂଧ୍ୟାଙ୍କୁ I ଆଇନ ର ରକ୍ଷକ ଭୁଲିଯାଇଥିଲେ ନିଜ ଦାୟିତ୍ୱ କୁ I ଅତି କଡା ଭାଷାରେ ଗାଳି ଗୁଲଜ କରିବା ସହିତ ଅଭିଯୁକ୍ତ ଙ୍କୁ ଗିରଫ କରିବେନି ବୋଲି କହିବା ସହିତ ଜା ଭାଗ ଏଠୁ କହି ତଡ଼ିଦେଇଥିଲେ ସନ୍ଧ୍ୟା ଙ୍କୁ

I କିନ୍ତୁ ମହାଶୟ ଥାନାବାବୁ ଙ୍କୁ ଜଣାନଥିଲା ଯେ ତାଙ୍କ କାରନାମା ମୋବାଇଲ ରେ ରେକର୍ଡ ହେଇସାରିଥିଲା ଏବଂ ସୋସିଆଲ ମିଡିଆରେ ଘୁରିବୁଲିବାକୁ ଲାଗିଥିଲା I ଏନେଇ ଓଡିଶା ଏକ୍ସକ୍ଲୁସିଭ ତରଫରୁ ସର୍ବପ୍ରଥମେ ଜାନୁଆରୀ 6ତାରିଖ ଦିନ ଭିଡିଓ ଏବଂ ଖବର କୁ ଲୋକଲୋଚନ କୁ ଆଣିବା ପରେ ଭିଡିଓ ଭାଇରଲ

ହେବା ସହିତ ଅନ୍ୟ ଗଣମାଧ୍ୟମ ର ଦୃଷ୍ଟି ଆକର୍ଷଣ କରିଥିଲା I ତେବେ ଘଟଣାର ଦୁଇ ଦିନ ବିତିଯାଇଥିବା ପରେ ମଧ୍ୟ ସନ୍ଧ୍ୟା ଙ୍କୁ ନ୍ୟାୟ ମିଳିନି କିମ୍ବା ଦୁର୍ବ୍ୟବହାର କରିଥିବା ଥାନା ବାବୁଙ୍କ ବିରୁଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି I ଏହାକୁ ନେଇ ସୋସିଆଲ ମିଡିଆରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି I

ଅପରପକ୍ଷରେ ଏସପି ସୂଚନା ଦେଇଛନ୍ତି ଯେ ଘଟଣାକୁ ଗୁରୁତର ସହିତ ନିଆଯାଇ ତଦନ୍ତ କରାଯାଉଛି ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ I ତେବେ ଦେଖାଯାଉ ସନ୍ଧ୍ୟା ନ୍ୟାୟ ପାଉଛନ୍ତି ନା ପୁଣି ନିର୍ଯ୍ୟାତନା I ରିପୋର୍ଟର ଲକି @ଓଡିଶାExclusive

Leave a Reply

Your email address will not be published. Required fields are marked *