ପଶ୍ଚିମବଙ୍ଗ ଚାଷୀଙ୍କ କମାଲ :ବଜାର କୁ ଆସିଲା ନୂଆ ଚାଉଳ ,ଥଣ୍ଡା ପାଣିରେ ମାତ୍ର 5ମିନିଟ ରେ ହେଇଯାଉଛି ଭାତ

ଦିନକୁ ଦିନ ବୈଜ୍ଞାନିକ ଜ୍ଞାନକୌଶଳ ବଢ଼ିବାରେ ଲାଗିଛି ଏହାକୁ ଉପଯୋଗ କରି ମଧ୍ୟ ନୂଆ ନୂଆ ପଦ୍ଧତି ଆବିଷ୍କାର କରାଯାଉଛି I ବିଶେଷ କରି କୃଷି ରେ ମଧ୍ୟ ଏହାର ଉପଯୋଗ ଦେଖିବାକୁ ମିଳିଲାନି I ତେବେ ପଶ୍ଚିମବଙ୍ଗ ଚାଷୀ ମାନେ ଏପରି କିଛି କରି ଦେଖାଇଛନ୍ତି ଯାହାକି ସାରା ଭାରତରେ ଚର୍ଚ୍ଚା ଧରିଛି Iସାଧାରଣତଃ ସମସ୍ତଙ୍କର ଖାଦ୍ୟ ହେଉଛି ଭାତ I କିନ୍ତୁ ଏହି ଭାତ କୁ ପ୍ରସ୍ତୁତ କରିବାକୁ ରୋଷେଇ କରିବାକୁ ପଡିଥାଏ ,ପ୍ରଥମେ ଗ୍ୟାସ କିମ୍ବା ଚୁଲା ରେ ନିଆଁ ଦ୍ୱାରା ପାଣିକୁ ଗରମ କରି ଚାଉଳ କୁ ବସେଇବା ଦ୍ୱାରା ଭାତ ହେଇଥାଏ

I କିନ୍ତୁ ଏବେ ନୂଆ ଚାଉଳ ଆସିଛି ବଜାର କୁ ଯାହାକି ପଶ୍ଚିମବଙ୍ଗ ରେ ଚାଷ ହେଉଛି I ଗରମ ପାଣି ବଦଳରେ ଯେ କୌଣସି ଥଣ୍ଡା ପାଣିରେ ଏହି ଚାଉଳ କୁ ପକାଇବା ପରେ ମାତ୍ର 5ମିନିଟ ରେ ଚାଉଳ ରୁ ଭାତ ହେଇଥାଏ I ପଶ୍ଚିମ ବଙ୍ଗ ର ନଦିଆ ଜିଲାରେ ପାଖାପାଖି ୧୦ ହେକ୍ଟର ଜମିରେ ଏହି ଚାଷ କରିଥିଲେ କିଛି ଚାଷୀ I

ସଫଳତା ମିଳିବା ପରେ ଏହାକୁ ଅନ୍ୟ ଜାଗାରେ ଚାଷ କରାଯିବାକୁ ଯୋଜନା ରହିଛି I ତେବେ ଏନେଇ ସହକାରୀ କୃଷି ନିର୍ଦ୍ଦେଶକ ଅନୁପମ ପାଲ୍‌ ସୂଚନା ଦେଇ କହିଛନ୍ତି ଯେ ଏହି ଧାନ ସାଧାରଣତଃ ମାଜୁଳୀ ଦ୍ୱିପରେ ହେଇଥାଏ କିନ୍ତୁ ପଶ୍ଚିମବଙ୍ଗ ର କିଛି ଚାଷୀ ଏହାକୁ ଚାଷ କରିଥିଲେ ଯାହାକି ସଫଳତା ହେଇଥିଲା ତେଣୁ ଅନ୍ୟ ଅଞ୍ଚଳ ରେ କିପରି ଏହା ଉତ୍ପାଦନ ହେଇପାରିବ ସେନେଇ ପରୀକ୍ଷା ନିରୀକ୍ଷା ଚାଲୁରହିଛି I ତେବେ ଏହାର ଦାମ ମାତ୍ର କିଲୋପିଛା 60ରୁ 80ଟଙ୍କା I

Leave a Reply

Your email address will not be published. Required fields are marked *