ଭଲ ବା ଖରାପ୍ ସମୟ ଆସିବା ପୂର୍ବରୁ ଗାଈ ଦେଇଥାଏ ଏହି ସବୁ ସଂକେତ

ଜୀବନ ରେ ସୁଖ ଏବଂ ଦୁଖ ଉଭୟ ଲାଗିରହେ। ପ୍ରତ୍ୟେକ ବ୍ୟକ୍ତି ର ଜୀବନରେ କେବେ ସୁଖ ତ କେବେ ଦୁଖ ର ଆଗମନ ହୋଇଥାଏ। ତେବେ ଜୀବନ ରେ ସୁଖ କିମ୍ବା ଦୁଖ ଆସିବା ପୂର୍ବରୁ ଭଗବାନ ଆମକୁ କିଛି ସଂକେତ ଦେଇଥାନ୍ତି। ଯାହାକି ଆମେ ଅଣଦେଖା କରିଥାଉ। ଯଦି ଘରେ ଗାଈ ଥାଏ ତେବେ ସୁଖ ବା ଦୁଖ ଆସିବା ପୂର୍ବରୁ ଘର ର ଗାଈ କିଛି ସଂକେତ ଦେଇଥାନ୍ତି।

ହିନ୍ଦୁ ଧର୍ମ କୁ ଏକ ପବିତ୍ର ଧର୍ମ ର ମାନ୍ୟତା ଦିଆଯାଇଛି। ଏବଂ ଗାଈଙ୍କ ମଧ୍ୟରେ ୩୩ କୋଟି ଦେବଦେବୀଙ୍କ ପୂଜା କରାଯାଇଥାଏ। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣିଛନ୍ତି କି ଗାଈ ଦ୍ବାରା ଭଗବାନ ଆମକୁ ଅନେକ ସଂକେତ ଦେଇଥାନ୍ତି।
୧. କୌଣସି ସ୍ଥାନ କୁ ଯିବା ସମୟରେ ଯଦି ଗାଈ ଛିଙ୍କେ ତେବେ ସେହି କାର୍ଯ୍ୟ କୁ ଅଟକାଇ ଦେବା ଉଚିତ୍। ଏହା ବହୁତ୍ ବଡ଼ ଅଶୁଭ ସଂକେତ ଅଟେ।
୨. କୌଣସି ଜାଗା କୁ ଯିବା ସମୟରେ ଭୂତ ଗାଈ ଦେଖିବା ଦ୍ବାରା ତାହା ଅଶୁଭ ହୋଇଥାଏ।
୩. ଯଦି କୌଣସି କାର୍ଯ୍ୟ ରେ ବାହାରକୁ ଯିବା ସମୟରେ ଗାଈ ବୋବାଇଥାଏ ତେହଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଏବଂ କାର୍ଯ୍ୟ ସଫଳ ମଧ୍ୟ ହୋଇଥାଏ।

୪. ଗାଈ ପାକୁଳି କରିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ।
୫. ରୁଟି ଗୁଡ଼ ମିଶାଇ ଗାଈ କୁ ଖାଇବାକୁ ଦେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ।
୬. ଘର ଦ୍ବାରା ରେ ଯଦି ଗାଈ ବୋବାଏ ତେବେ ତାକୁ କିଛି ଖାଇବାକୁ ଦେବା ଉଚିତ୍।

Leave a Reply

Your email address will not be published. Required fields are marked *