ସରକାରୀ ଯୋଜନା କାଳିଆ ର ବିଜ୍ଞାପନ ପ୍ରଚାର ପ୍ରସାର ରେ ବ୍ୟସ୍ତ ପୋଲିସ ବାବୁ ,

ସାଧାରଣତଃ ସରକାରୀ ବାବୁମାନେ ସାଶକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରିବା ବା ସେମାନଙ୍କ କଥା ରେ ଉଠବସ ହେବା ଅଭିଯୋଗ ହୁଏ ବା ନଜିର ମଧ୍ୟ ରହିଛି I କିନ୍ତୁ ସରକାରୀ ଡିଉଟି ରେ ଥିବା କର୍ମଚାରୀ ମାନେ ଯେ ଖୋଲାଖୋଲି ସରକାର ଙ୍କ ଯୋଜନା ବା ବିଜ୍ଞାପନ କୁ ଖୁଲମଖୁଲା ପ୍ରଚାର କରିବେ ତାହା ପ୍ରଥମ କରି ଦେଖିବାକୁ ମିଳିଛି I ସେ ପୁଣି ଦାୟିତ୍ୱ ରେ ଥିବା ପୋଲିସ ବାବୁ ମାନେ Iରାଜ୍ୟରେ ହତ୍ୟା ରୋକିବା ,ଅପରାଧୀ କୁ ଧରିବା ,ଚୋରି , ଅସଦାଚରଣ, ଦୁଷ୍କର୍ମ କୁ ରୋକିବା ସହିତ ଅନ୍ୟାୟ ର ଶିକାର ହେଇଥିବା ବ୍ୟକ୍ତି ଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ର ନିଯୁକ୍ତି I କିନ୍ତୁ ସରକାରୀ ନିୟମ କୁ ଖୁଲମଖୁଲା ଉଲଂଘନ କରାଯାଇ ସରକାର ଙ୍କ ବିଜ୍ଞାପନ ପ୍ରଚାର ପ୍ରସାର ରେ ମାତିଛନ୍ତି ପୋଲିସ ବାବୁ I ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସାଲେପୁର ରେ I

କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ତୁରନ୍ତ ପୋଲିସ ବାବୁଙ୍କ ଦେଖା ମିଳିନଥାଏ ଏହି ଅଞ୍ଚଳ ରେ କିନ୍ତୁ ଅଧିକାଂଶ ପୋଲିସବାବୁ ସରକାର ଙ୍କ ନିର୍ବାଚନୀ ପ୍ରଚାର ରେ ବ୍ୟସ୍ତ ଥାନ୍ତି Iନିକଟରେ ରାଜ୍ୟ ସରକାର କୃଷକ ମାନଙ୍କ ସହାୟତା ପାଇଁ କାଳିଆ ଯୋଜନା ଲାଗୁ କରିଛନ୍ତି I ତେବେ ଏହି ଯୋଜନାର ପ୍ରଚାର ପ୍ରସାର ରେ ଲାଗିପଡିଛନ୍ତି ଖୋଦ ପୋଲିସ ବାବୁ I

ରାସ୍ତାରେ ଯାଉଥିବା ଅଟୋ ,,ବସ ଏବଂ ଗାଡ଼ିରେ କାଳିଆ ଯୋଜନାର ବିଜ୍ଞାପନ ମାରି ସରକାର ଙ୍କ ଯୋଜନା ର ପ୍ରଚାର କରିବାରେ ବ୍ୟସ୍ତ I ଏହାକୁ ନେଇ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହିତ ରେକର୍ଡ କରି ସୋସିଆଲ ମିଡିଆରେ ଛାଡିଥିଲେ ଯାହାକି ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *