ନବୀନ ଙ୍କୁ ଏମିତି କଟାକ୍ଷ କଲେ ଦାମ :ଆପନ୍ ମାନେ କୁସି ତୋ ମୁଁ ବହୁତ ଖୁସି ,ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ଦଳରେ ଥିବାବେଳେ ତାଙ୍କୁ କୁହାଯାଉଥିଲା ବିଜେଡି ଷଣ୍ଢ I ନିଜରଅମାନିଆ ତୁଣ୍ଡକୁ କୌଣସି ମତେ ବି ସେ କାବୁ କରିବା ଶିଖିନଥିଲେ ସବୁବେଳେ ଅପ୍ରିୟ ସତ କହୁଥିଲେ Iତେବେ କହୁକହୁ ବିଜେଡି ରେ ଦୁର୍ନୀତି ର କଥା ବି କହିଦେଇଥିଲେ ଏବଂ ଦଳରୁ ବିଦା ହେଇଥିଲେ I ତେବେ ଦଳରୁ ବିଦା ହେବାପରେ ବ୍ରଜ ତ୍ରିପାଠୀ ଙ୍କ ସହିତ ମିଶି ନୂଆ ଦଳ ଗଢ଼ିଥିଲେ ଦାମ I ବିଶେଷ କରି ମୁଖ୍ୟମନ୍ତ୍ରୀ ଙ୍କ ବଡ ସମାଲୋଚକ ଭାବେ ଏବେ ଉଭା ହେଇଛନ୍ତି ଦାମ I

ନିକଟ ଅତୀତ ରେ ଦାମ ଙ୍କ ଏକ ଭିଡିଓ ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି ଭାଇରଲ ହେବାରେ ଲାଗିଛି ଯେଉଁଥିରେ କି ସେ ନବୀନ ଙ୍କ ଅପାରଗତା କୁ କଟାକ୍ଷ କରିଛନ୍ତି I ଏଥିରେ ଦାମ କହିଛନ୍ତି କି “ପାଣ୍ଡିଆନ ବିରୁଧରେ କେନ୍ଦ୍ରରୁ ଚିଠି ଆସିଥିଲା ଡାଲି ଦୁର୍ନୀତି ର ତଦନ୍ତ ପାଇଁ ମୁଁ ଚାପିଦେଇ ରଖିଦେଇଛି ତଦନ୍ତ କରୁନି ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି ,ଝିଅ ପୁଅ ମାନେ ଦିଲ୍ଲୀ ଚାଷୀ ସମାବେଶ କୁ ଯାଇଥିଲେ ମିଠା ଖାଇ ସେଲ୍ଫି ନେଇ ଫଟ ଛାଡିଲେ ସମସ୍ତେ ଟାହି ଟାପରା ହେଉଛନ୍ତି ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି

I ଚାଷୀ ମାନଙ୍କ କଥା ନଶୁଣି ହଂସପାଳ ନିକଟରୁ ପୋଲିସ ଲଗାଇ ତଡ଼ିଦେଲି ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି I ଏତେ ନିଯୁକ୍ତି ଦେଲିଯେ କଟକ ହସ୍ପିଟାଲ ପାଇଁ ଝାଡୁଦାର ପଦବୀ ପାଇଁ ଇଞ୍ଜିନିଅର ଛାତ୍ର ମାନେ ଆବେଦନ କରୁଛନ୍ତି ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି I ପିପିଲି ପୀଡିତା ର ଦୁଷ୍କର୍ମକାରୀ ନିର୍ଦୋଷ ରେ ଖଲାସ ହେଲେ ବେବିନା ନ୍ୟାୟ ପାଇଲା ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି I

କୁନ୍ଦୁଲି ଗାଁ ର ସେ ଝିଅ ମିଛରେ କହିଲା ଧର୍ଷିତା ହେଇଚି ,ମୋର ଦୁଇଜଣ ତାମିଲ ନାଡୁ ଯବାନଙ୍କ ନାମରେ ଅଭିଯୋଗ କଲା ମୁଁ ଶୁଣିଲି ନାହିଁ ସେ ଆତ୍ମହତ୍ୟା କରିଦେଲା ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି I କଳାହାଣ୍ଡି ର ସେ ସ୍କୁଲ ରେ ଝିଅ ମାନଙ୍କୁ ଜୋରଜବରଦସ୍ତ ,ନେତାମାନେ ଉପଭୋଗ କରୁଛନ୍ତି ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି”

Leave a Reply

Your email address will not be published. Required fields are marked *