ଅଙ୍ଗନୱାଡି କର୍ମୀ ଙ୍କୁ ସରକାର ଙ୍କ ନୂଆ ବର୍ଷ ଭେଟି ,ଦରମା ବୃଦ୍ଧି ପିଛିଲା ଅକ୍ଟୋବର ରୁ ପାଇବେ

କିଛିଦିନ ଧରି ଅଙ୍ଗନୱାଡି କର୍ମୀ ଙ୍କ ବିକ୍ଷୋଭ ଲାଗିରହିଥିବା ବେଳେ ଆଗକୁ ଆସୁଛି ନିର୍ବାଚନ , ସରକାର ସେମାନଙ୍କ କଥା ବିଚାର କରି ନୂଆବର୍ଷ ଭେଟି ଭାବରେ ଦରମା ବୃଦ୍ଧି କରିଛନ୍ତି I ପୂର୍ବରୁ ସେମାନେ ୬ ହଜାର ଟଙ୍କା ଦରମା ପାଉଥିବା ବେଳେ ବର୍ତମାନ ନୂତନ ଦରମା ଅନୁଯାଇ 1500 ଟଙ୍କା ଦରମା ବୃଦ୍ଧି କରାଯାଇ ହେଲା ୭,୫୦୦ଟଙ୍କା କରାଯାଇଛି I ଏହାସହିତ ମିନି ଅଙ୍ଗନବାଡ଼ି କର୍ମୀ ମାନଙ୍କର ମଧ୍ୟ 850 ଟଙ୍କା ବୃଦ୍ଧି କରାଯାଇ ୪,୧୨୫ ଟଙ୍କାରୁ ୫,୩୭୫ଟଙ୍କା କୁ ବୃଦ୍ଧି କରାଯାଇଛି I କେବଳ ଅଙ୍ଗନୱାଡି କର୍ମୀ ଙ୍କ ଦରମା ବୃଦ୍ଧି ନୁହେଁ ହେଲପର୍‌ମାନଙ୍କର ମଧ୍ୟ ଦରମାବୃଦ୍ଧି ହେଇଚି

I ପୂର୍ବରୁ ସେମାନେ ୩ ହଜାର, ଟଙ୍କା ପାଉଥିବା ବେଳେ ବର୍ତମାନ 750ଟଙ୍କା ବୃଦ୍ଧି କରାଯାଇ ୩,୭୫୦କରାଯାଇଛି I ଅଙ୍ଗନୱାଡି କର୍ମୀ ମାନେ ଅବସର ନେବା ସମୟରେ ସେମାନଙ୍କୁ ବିଭାଗ ତରଫରୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବ I ତେବେ ଏହି ବର୍ଦ୍ଧିତ ଦରମା ପିଛିଲା ଭାବରେ ୨୦୧୮ ଅକ୍ଟୋବରରୁ ଅଙ୍ଗନୱାଡି କର୍ମୀ ଙ୍କୁ ଏରିଅର ଭାବରେ ଦିଆଯିବ I

Leave a Reply

Your email address will not be published. Required fields are marked *