ମୋଦି ଓଲ୍ହାଇବେ ବୋଲି ଲକ୍ଷ ଲକ୍ଷ ଟଙ୍କାର ୩ ହଜାର ରୁ ଉର୍ଦ୍ଧ ଗଛ କାଟି ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କରାଗଲା

ଆସନ୍ତା 15ତାରିଖରେ ଓଡିଶା ଆସୁଛନ୍ତି ମୋଦି I ବଲାଙ୍ଗୀର ରେ ହେବ ବିଶାଳ ସମାବେଶ I ମୋଦିଙ୍କ ଆଗମନ କୁ ଚାତକ ପରି ଚାହିଁରହିଛନ୍ତି ବଲାଙ୍ଗୀର ବାସି I ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ଗୁମୁରି କାନ୍ଦୁଚି ବନ ବିଭାଗ I କାହିଁକିନା ମୋଦି ଆସିବା ପୂର୍ବରୁ ଅସ୍ଥାୟୀ ଭାବରେ ଏକ ହେଲିପ୍ୟାଡ଼ ନିର୍ମାଣ ହେଉଛି ଯେଉଁଥିରେ କି ମୋଦିଙ୍କ ହେଲିକପ୍ଟର ଅବତରଣ କରିବ I ତେବେ ଏହି ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ ପୂର୍ବରୁ ପାଖାପାଖି ୩ ହଜାର ଗଛ କାଟି ସଫା କରିଦିଆଯାଇଛି I ସୂଚନା ଥାଉକି ରେଳ ଷ୍ଟେସନ ପଛପଟେ ପାଖାପାଖି ୩୫୦୦ ଚାରା ରୋପଣ କରାଯିବାକୁ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବିନିଯୋଗ କରାଯାଇ ବିଭିର୍ଣ୍ଣ ଗଛ ଲଗାଯାଇଥିଲା I

କିନ୍ତୁ ମୋଦି ଆସିବା ପାଇଁ ଏହି ଗଛସବୁ କାଟି ସଫା କରିଦିଆଯାଇଛି I ଏନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖାଯିବା ସହିତ ଏହାକୁ ତୀବ୍ର ନିନ୍ଦା କରାଯାଇଛି I ତୁରନ୍ତ ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ଡ଼ିଏଫଓଙ୍କୁ ଉପର ଅଫିସ ରୁ ନିର୍ଦେଶ ଦିଆଯାଇଛି |

Leave a Reply

Your email address will not be published. Required fields are marked *