ଗୋଟିଏ ମୁହୁର୍ତରେ ଯେ କେହିବି କୌଣସି ବିଦ୍ୟୁତ ଉପଭୋକ୍ତା ଙ୍କ ପାଖରେ ପହଁଚିପାରିବ ଗୁଗୁଲ ମ୍ୟାପ ଦେଖି ,ସେସୁ କର୍ମଚାରୀ ଜ୍ଞାନ ଙ୍କ ନିଆରା ଉଦ୍ୟମ ଏବଂ ସଫଳତା

ବିଦ୍ୟୁତ ବିଭାଗ ରେ ପାଖାପାଖି 80ଲକ୍ଷ ଉପଭୋକ୍ତା ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସେମାନଙ୍କର ସଠିକ ଟ୍ୟାଗ ହେଇପାରିନାହିଁ I ଆଜିବି କୌଣସି ଜଣେ ବିଦ୍ୟୁତ ଉପଭୋକ୍ତା ଙ୍କ ପାଖରେ ପହଁଚିବାକୁ ହେଲେ ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହୁଏ I ତେବେ ଆଜି ପର୍ଯ୍ୟନ୍ତ ଟ୍ୟାଗ ହେଇନଥିବା ବିଦ୍ୟୁତ ଉପଭୋକ୍ତା ଙ୍କୁ ନେଇ ଏକ ପରୀକ୍ଷା ମୂଳକ ଭାବେ ପରୀକ୍ଷା ନିରୀକ୍ଷା କରିଥିଲେ ଜ୍ଞାନ ରଞ୍ଜନ ପଣ୍ଡା I ଦୀର୍ଘ ଦୁଇମାସର କଠିନ ପରିଶ୍ରମ ରେ ସଫଳ ମଧ୍ୟ ହେଇଛନ୍ତି ଗୋଟିଏ ସେକ୍ସନ ର ସମସ୍ତ ବିଦ୍ୟୁତ କର୍ମଚାରୀ ଙ୍କୁ ଯୋଡ଼ିପାରିଛନ୍ତି ଗୁଗୁଲ ମ୍ୟାପ ରେ I

ଏହି ମ୍ୟାପ ଦ୍ୱାରା ଅତି ସହଜରେ ଯେକୌଣସି ବିଦ୍ୟୁତ ଉପଭୋକ୍ତା ଙ୍କ ପାଖରେ ପହଂଚି ହେବ I ଏହା ଅସମ୍ଭବ ମନେ ହେଉଥିଲେ ମଧ୍ୟ ସଫଳ କରି ଦେଖାଇଛନ୍ତି ଜ୍ଞାନ I ପୁରା ନାମ ଜ୍ଞାନ ରଞ୍ଜନ ପଣ୍ଡା ପିତା ଦୀନବନ୍ଧୁ ପଣ୍ଡା .ଗ୍ରାମ :ବାଲିଶୁକ୍ରୀ ,ଜିଲା -କଟକ ଦୂରଭାଷ :-9861673186 ବର୍ତମାନ ନୟାଗଡ଼ ବିଦ୍ୟୁତ ଡିଭିଜନ ସେକ୍ସନ -2ରେ କାର୍ଯ୍ୟ କରୁଛନ୍ତି I ତେବେ ବିଦ୍ୟୁତ ଉପଭୋକ୍ତା ଙ୍କୁ ଗୋଟିଏ ମ୍ୟାପ ରେ ଯୋଡିବା ଏବଂ ଅତି ସହଜରେ ଚିହ୍ନଟ କରିବା କୁ ନେଇ ଓଡିଶା ଏକ୍ସକ୍ଲୁସିଭ ତରଫରୁ ତାଙ୍କ ମତାମତ ରେ ନେବାରେ ଜ୍ଞାନ କହିଛନ୍ତି ଯେ “Map ମାନେ ମାନଚିତ୍ର ଆମକୁ ଅନେକ ଶିକ୍ଷାଦିଏ ,ବାଟ ବି ଦେଖାଏ

।କୌଣସି ଏକ ଜାଗାକୁ ବାଟ ଦେଖାଇବାରେ ଭାରି ମାହିର କିମ୍ବା ନିଜ ଅଂଚଳ ବାବଦରେ ସମ୍ୟକ ଜ୍ଞାନ ବି ଦିଏ।ଅନେକ ଦିନରୁ ମାନଚିତ୍ର ର ଆବଶ୍ୟକତା ରହିଆସିଅଛି ।ସେ ଘର ବା ଜମି ଅଂଚଳ ହେଉ କି ଜଙ୍ଗଳ ,ନଦୀ ପାହାଡ ହେଉ।ମୋ ଗାଂଁ ହେଉ କି ସହର ,ରାଜ୍ୟ ହେଉ କି ଦେଶ ବା ସମଗ୍ର ପୃଥିବୀ ସବୁକୁ ମାନଚିତ୍ର ରେ ଦେଖି ଜାଣିବା ଭାରି ସହଜ ।ସେହିପରି ଆମ ରାସ୍ତା ,ସଡକ ପଥ ,ରେଳ ଲାଇନ ,ଡାକ୍ତର ଖାନା,ପୋଲିସ ବିଭାଗ ହେଉ କି ଉଡାଜାହାଜ ର ଉଡିବା ଅଂଚଳ ସବୁର ଏକ ମାନଚିତ୍ର ରହିଛି ।ଏହି ପ୍ରଶ୍ନ ମୋ ମନକୁ ବାରଂବାର ଆସେ ।ସବୁ ବିଭାଗ ର ମାନଚିତ୍ର ରହିଛି କିନ୍ତୁ ମୁ କାମ କରୁଥିବା ବିଜୁଳି ବିଭାଗର ମାନଚିତ୍ର କୋଉ ଠି ପାଏନି ।ଏହିପ୍ରଶ୍ନ ମୋତେ ବହୁ ବାର କଷ୍ଟଦିଏ ।

କିଛି ଭିନ୍ନ କରିବାର ଏହି ଭାବନା ମୋତେ ଆଜି ଗୁଗୁଲ ବିଦ୍ୟୁତ ବଣ୍ଟନ ମାନଚିତ୍ର କରିବାରେ ସାହାର୍ଯ୍ୟ କରିଛି।କିଛି ମାସ ର ପରିଶ୍ରମ ପରେ ଏହି ମାନଚିତ୍ର କରିବାରେ ସକ୍ଷମ ହୋଇଛି। ଏହାଦ୍ବାରା ବିଜୁଳି ବିଭାଗରେ କାମ କରୁଥିବା ସମସ୍ତ ଭାଇ ମାନେ ଉପକୃତ ହୋଇପାରିବେ।୧-ଏହାଦ୍ବାରା ପ୍ରତ୍ୟକ ବିଦ୍ୟୁତ ଖୁମ୍ବ,କଟପଏଣ୍ଟ,ଲାଇନ ଏ.ବି ସୁଇଚ୍, ବିଦ୍ୟୁତ ଟ୍ରନ୍ସଫରମର ,ସବଷ୍ଟେସନ ,ଉପଭୋକ୍ତା ଙ୍କ ର ସଠିକ ଲୋକେସନ ଦିଆଯାଇପାରିବ।୨-ନିଜ ନିଜ ଅଂଚଳରେ ଥିବା ସଂପୁର୍ଣ୍ଣ ବିଦ୍ୟୁତ ଖୁମ୍ବ ସଂଙ୍ଖ୍ୟା ,ଟ୍ରନ୍ସଫରମର ତଥ୍ୟ ,ସଂପୁର୍ଣ୍ଣ ଉପଭାକ୍ତା କ୍ରମାଙ୍କ କୁ ହିସାବ କୁ ନେବାରେ ସଠିକତା ରହିବ।

୩-କୌଣସି ବୈଦ୍ୟୁତିକ ଦୁର୍ଘଟଣା ବା ତୃଟି ଥିବା ସ୍ଥାନରେ ଖୁବ ଶୀଘ୍ର ଟେକ୍ନିସିଆନ କିମ୍ବା ଉଚ୍ଚ କତୃପକ୍ଷ ସହଜରେ ରାସ୍ତା ପାଇପାରି ସମାଧାନ କରିପାରିବେ।୪-ବିଦ୍ୟୁତ ବିଲ ନ ପଇଠ କରୁଥିବା ଗ୍ରାହକ କିମ୍ବା ବିଦ୍ୟୁତ ଚୋର ଙ୍କ ନିକଟରେ ପହଂଚିବାକୁ ସ୍ଥାନୀୟ କର୍ମଚାରୀ ଙ୍କ ବିନା ଉପସ୍ଥିତିରେ ସେଠାରେ ଭିଜିଲାନ୍ସ ଗ୍ରୁପ ଙ୍କୁ ପଠାଇ ବିଦ୍ୟୁତ ର ସ୍ଥିତି କୁ ଜାଣି ହେବ।

୪-କୌଣସି ନୁତନ ସବଷ୍ଟେସନ ନିର୍ମାଣ କରିବାକୁ ହେଲେ ଏହି ମାନଚିତ୍ର ସହାୟତାରେ ଖୁବ ସଠିକତା ର ବ୍ୟୟ ଅଟକଳ ର ତାଲିକା ପ୍ରସ୍ତୁତ କରିହେବ।୫- ଏହି ମ୍ୟାପ ସହାୟତାରେ ଯେକୌଣସି ବିଦ୍ୟୁତ ଖୁମ୍ବ, ଟ୍ରାନ୍ସଫରମର,ସବଷ୍ଟେସନ ଓ ବିଦ୍ୟୁତ ଉପଭୋକ୍ତା ଙ୍କ ନିକଟରେ ପହଂଁଚିହେବ I

ବିଦ୍ୟୁତ ବିଭାଗ ପାଇଁ ଜ୍ଞାନ ଙ୍କ ଏ କଠିନ ପରିଶ୍ରମ ଏବଂ ନୂତନ ଉଦ୍ୟମ ଉପକାରୀ ସାବ୍ୟସ୍ତ ହେବ ତେବେ ବିଦ୍ୟୁତବିଭାଗର କର୍ତ୍ତୃପକ୍ଷ ମାନେ ତାଙ୍କର ଏ ନିଆରା ଉଦ୍ୟମ (ଯାହାକି ବିଦ୍ୟୁତ ବିଭାଗ ପାଇଁ ନିହାତି ଆବଶ୍ୟକ )କୁ ପ୍ରୋତ୍ସାହିତ କଲେ ଆଗାମୀ ଦିନ ପାଇଁ ବିଦ୍ୟୁତ ବିଭାଗ ପାଇଁ ଏକ ଅଶାର ଆଲୋକ ମିଳିପାରିବ I

Leave a Reply

Your email address will not be published. Required fields are marked *