ଲୋକମାନେ ଚାଁହୁଛନ୍ତି ତେଣୁ ମୋ ମାଟି ପାଇଁ ବିଜେଡି ରେ ମିଶିବି :ନବ ଦାସ

କଂଗ୍ରେସ ର ବଳିଷ୍ଠ ନେତା ତଥା ଝାରସୁଗୁଡା ବିଧାୟକ ନବ ଦାସ ଙ୍କୁ ନେଇ ଗତ କିଛିଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଛି I ନବ ଙ୍କ ମନ ଆଉ କଂଗ୍ରେସ ରେ ଲାଗୁନି ତେଣୁ କଂଗ୍ରେସ ଛାଡି ବିଜେଡି ରେ ମିଶିବା ଘଟଣା ଚର୍ଚ୍ଚା ଚାଲିଥିଲା ,ନିଜେ ନବ ବି ଏକ ସଭା ରେ କର୍ମୀ ମାନଙ୍କୁ କହିଥିଲେ ଯେ ଯଦି ସେ ଦଳ ଛାଡ଼ିବେ ତେବେ ସେମାନେ କଣ କରିବେ I

ଏହାପରେ ନବଙ୍କୁ ନେଇ ଜୋରଦାର ଚର୍ଚା ପରେ ଏହାକୁ ଖଣ୍ଡନ କରିବା ସହିତ ତାଙ୍କ ନାମରେ ଅପପ୍ରଚାର ଚାଲିଛି ବୋଲି ଏକ ପ୍ରେସ ଵିଜ୍ଞପ୍ତି ଜରିଆରେ ଜଣାଇଥିଲେ କି ସେ କଂଗ୍ରେସ ରେ ଅଛନ୍ତି ଅଯଥା ଅପପ୍ରଚାର ଚାଲିଛି I ଏବଂ ବିଜେଡି ବୁଡ଼ିବାକୁ ଯାଉଛି ତେଣୁ ସେ ବିଜେଡି ରେ ଯୋଗ ଦେବେନି I ଆଜି କିନ୍ତୁ ପୁଣି ନିଜର ମତ ରଖିଛନ୍ତି ନବ I

କହିଛନ୍ତି କି ଲୋକମାନେ ଚାଁହୁଛନ୍ତି ତେଣୁ ମୋ ପାଇଁ ପାର୍ଟି ନୁହେଁ ମାଟି ଆଗ I ଲୋକମାନଙ୍କ ପାଇଁ ବିଜେଡି ରେ ମିଶିବି I ଏନେଇ ଆଗାମୀ 24ତାରିଖ ରେ ନିଷ୍ପତି ନେବି I

Leave a Reply

Your email address will not be published. Required fields are marked *