ନବଙ୍କୁ ଆଉ ବିଧାୟକ ପଦ ଭଲ ଲାଗୁନି ,ବିଜେଡିରୁ ମନ୍ତ୍ରୀ ହେବାକୁ ଇଛା

କିଛିଦିନ ଧରି କଂଗ୍ରେସ ର ବଳିଷ୍ଠ ନେତା ନବ ଦାସ ଙ୍କ ବିଜେଡି ରେ ଯୋଗଦାନ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି I ନିଜେ ନବ ମଧ୍ୟ କେତେବେଳେ ଏହାକୁ ସ୍ୱୀକାର କରୁଛନ୍ତି ତ ଆଉ କେତେବେଳେ କହୁଛନ୍ତି ଅପପ୍ରଚାର I ତେବେ ଗତକାଲି ନିଜେ ନବ କହିଛନ୍ତି ଯେ ତାଙ୍କ ପାଇଁ ପାର୍ଟି ନୁହେଁ ମାଟି ଆଗ ସେଥିପାଇଁ ସେ ବିଜେଡି ରେ ମିଶିବେ I ନବଙ୍କ ବିଜେଡି ଯୋଗଦାନ କୁ ବିଜେଡି ସ୍ୱାଗତ କରିବା ସହିତ ଉତ୍ସାହିତ ଥିବାବେଳେ ଅନ୍ୟପଟେ ନିରଞ୍ଜନ କହିଛନ୍ତି ଯେ ନବ ଦଳ ଛାଡିଲେ କଂଗ୍ରେସ କୁ କିଛି ଫରକ ପଡିବ ନାହିଁ I ଗୋଟିଏ ପଟେ ଦେଖିବାକୁ ଗଲେ ଝାରସୁଗୁଡ଼ାରେ ନବଙ୍କ ସଂଘଠନ ଖୁବ ସୁଦୃଢ I

ଝାରସୁଗୁଡ଼ାରେ ତାଙ୍କ ଲୋକପ୍ରିୟତା ଯଥେଷ୍ଟ I ପଂଚାୟତ ନିର୍ବାଚନ ରେ ମଧ୍ୟ 9ଟି ଜିଲ୍ଲା ପରିଷଦ ଜୋନରୁ ୮ଟିରେ କଂଗ୍ରେସ କୁ ସଫଳତା ଦେଇଥିଲେ ନବ ,ମୋଟାମୋଟି କହିବାକୁ ଗଲେ ଝାରସୁଗୁଡ଼ାରେ ନବଙ୍କ ଦଗଦମା ଲାଗି ରହିଛି I ଆଗାମୀ ନିର୍ବାଚନ ରେ ମଧ୍ୟ ନବ ଙ୍କ ବିପକ୍ଷରେ ଜିତିବା ଭଳି ସାମର୍ଥ୍ୟ ଉଭୟ ବିଜେଡି କିମ୍ବା ବିଜେପି ର ଝାରସୁଗୁଡ଼ାରେ ନାହିଁ I ତେବେ ହଠାତ କାହିଁକି ବିଜେଡି ପ୍ରତି ମନବଳାଇଲେ ନବ ?? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା I

ଶୁଣାଯାଉଛି କି ଦୁଇଥର ବିଧାୟକ ହେଇଥିବା ନବ ମନ୍ତ୍ରୀ ହେବାକୁ ବହୁତ ମନ କଲେଣି କିନ୍ତୁ କଂଗ୍ରେସ ର ଭବିଷ୍ୟତ ଅତି ନିକଟରୁ ଦେଖିପାରୁଛନ୍ତି Iନିକଟରେ ତିନୋଟି ରାଜ୍ୟରେ କଂଗ୍ରେସ ସଫଳତା ପାଇଥିଲେ ମଧ୍ୟ ଓଡ଼ିଶାରେ ଏହା ସମ୍ଭବ ନୁହେଁ ତେଣୁ ନବ ଙ୍କ ଆଗାମୀ ନିର୍ବାଚନ ଜିତିଲା ପରେ ମଧ୍ୟ କିଛି ଲାଭ ନାହିଁ I ତେଣୁ ମନ୍ତ୍ରୀ ହେବାକୁ ହେଲେ କେବଳ ବିଜେଡି ହିଁ ସାହା ଭରଷା I 2019 ରେ ବିଜେଡି ପୁଣି ଥରେ ସରକାର ଗଢିବ ଏହା ପ୍ରାୟତ ନବ ନିର୍ଚ୍ଚିତ ହେଇଗଲେଣି ସେଥିପାଇଁ ମନ୍ତ୍ରୀ ହେବାକୁ ଛଟପଟ ହେଉଥିବା ନବ ବିଜେଡି ମୁଁହା ହେବାରେ ଲାଗିଛନ୍ତି I

ଅନ୍ୟପଟେ ଶୁଣାଯାଉଛି କି ନବ ବିଜେଡି ରେ ମିଶିବା ପରେ ବ୍ରଜରାଜନଗର ,ରେଙ୍ଗାଲି ଏବଂ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ଦାୟିତ୍ୱ ନେବେ ନବ I ଏହି ତିନୋଟିରେ ନବ ସଫଳତା ପାଇଲେ ବିଜେଡି ତରଫରୁ ନବଙ୍କ ମନ୍ତ୍ରୀପଦ ରେ କେହିବି ଅଟକାଇପାରିବେ ନାହିଁ I

Leave a Reply

Your email address will not be published. Required fields are marked *