ଏଥର ସମସ୍ତ ସରକାରୀ ହସ୍ପିଟାଲ୍ ରେ ମାଗଣାରେ ଚକ୍ଷୁ ପରୀକ୍ଷା ସହିତ ଚଷମା ମିଳିବ I ଆଖି ପାଇଁ ଆଉ ନାହିଁ ଚିନ୍ତା

ଆରମ୍ଭ ହେଇସାରିଛି ସୁନେତ୍ର ଯୋଜନା I ସରକାର ଙ୍କ ଏହି ଯୋଜନାରେ ଏଥର ପ୍ରତ୍ୟକ ସରକାରୀ ହସ୍ପିଟାଲ ରେ ମାଗଣା ଚକ୍ଷୁ ପରୀକ୍ଷା ହେଇପାରିବ I ଏହି ଯୋଜନାରେ ଯେ କୌଣସି ବର୍ଗର ବ୍ୟକ୍ତି ଫାଇଦା ଉଠାଇପାରିବେ I ସମସ୍ତ ସରକାରୀ ହସ୍ପିଟାଲ ରେ ମାଗଣା ଚକ୍ଷୁ ପରୀକ୍ଷା ସହିତ ଚଷମା ମଧ୍ୟ ଦିଆଯିବ I ଏନେଇ ସଚିବାଳୟ ରେ ସରକାର ଘୋଷଣା କରିବା ପରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୂଚନା ଦେଇଛନ୍ତି I ଏହି ସେବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ସରକାରୀ ହସ୍ପିଟାଲ ରେ ମିଳିପାରିବ I ସୁନେତ୍ର ଯୋଜନାରେ ପାଖାପାଖି ୬୮୦ କୋଟି ଟଙ୍କା 5ବର୍ଷ ମଧ୍ୟରେ ଖର୍ଚ ହେବାର କାର୍ଯ୍ୟକ୍ରମ ରହିଛି I ଯେଉଁ ମାନଙ୍କର ଆଖିଜନିତ ସମସ୍ୟା ରହିଛି ଏହି ଯୋଜନାର ଲାଭ ଉଠାଇବାକୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ରେ ନିଜର ନାମ ପଞ୍ଜିକରଣ କରିବା ପରେ ଏହାର ଫାଇଦା ପାଇପାରିବେ I

Leave a Reply

Your email address will not be published. Required fields are marked *