ବିଜୁବାବୁଙ୍କ ଯିବନି ଉପରେ ଆସୁଛି ଚଳଚିତ୍ର ,ମୁଖ୍ୟ ଚରିତ୍ର ରେ ଅନୁଭବ ସେପଟେ ପତ୍ନୀ ବର୍ଷା ଙ୍କର ବି ଆସୁଛି ନିମକୀ

ଓଡ଼ିଶାର ସେ ପ୍ରବାଦ ପୁରୁଷ ଯିଏ କି ଆଜିବି କୋଟି କୋଟି ଲୋକଙ୍କ ମନରେ ରହିଛନ୍ତି I ସେ ହେଉଛନ୍ତି ବିଜୁ ପଟନାୟକ I ଓଡ଼ିଶାର ସବୁଠୁ ଲୋକପ୍ରିୟ ନେତା ଭାବରେ ସମସ୍ତଙ୍କର ପ୍ରିୟ I ତାଙ୍କ ନାମରେ ନିର୍ମିତ ଦଳ “ବିଜୁ ଜନତା ଦଳ” ଏବଂ ପୁତ୍ର ନବୀନ ମଧ୍ୟ ଦୀର୍ଘ 19ବର୍ଷ ଧରି ସରକାର ରେ ଅଛନ୍ତି I ତେବେ ବିଜୁ ବାବୁଙ୍କୁ ନେଇ ଓଡ଼ିଆ ସିନେ ଜଗତରେ ଆରମ୍ଭ ହେବାକୁ ଯାଉଛି ଚଳଚିତ୍ର ବିଜୁବାବୁ I ଏହି ଚଳଚ୍ଚିତ୍ରଟି ପ୍ରଯୋଜକ ଅକ୍ଷୟ ପରିଜା ନିର୍ମାଣ କରୁଥିବା ବେଳେ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଛନ୍ତି ଓଡ଼ିଆ ମେଗା ଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି I

ପ୍ରଥମଥର ପାଇଁ ଓଡ଼ିଶାରେ ଜଣେ ସୁନାମଧନ୍ୟ ବ୍ୟକ୍ତି ଙ୍କ ଉପରେ ଚଳଚିତ୍ର ନିର୍ମାଣ ହେଉଥିବା ବେଳେ ଆଗକୁ ଆସୁଛି ନିର୍ବାଚନ ତେଣୁ କେହି କେହି ଏହାକୁ ନିର୍ବାଚନୀ ଲୋକପ୍ରିୟତା ସାଉଣ୍ଟିବା ପାଇଁ ଉଦ୍ୟମ କରାଯାଉଥିବା ସମାଲୋଚନା କରୁଛନ୍ତି I ସେପଟେ ମଧ୍ୟ ଅନୁଭବ ଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନବୀନ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ନବୀନ ବାବୁଙ୍କ ଉପରେ ନିଜେ ଏକ କାହାଣୀ ଲେଖିଥିଲେ ଯାହାକି ସୁଟିଂ ସରିଯାଇଛି ଏବଂ ମୁଖ୍ୟ ଚରିତ୍ର ରେ ଅଭିନୟ କରିଛନ୍ତି ବର୍ଷା ଯାହାକି ଆସନ୍ତା 23ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି I

ଚଳଚିତ୍ର ର ନାମ ରହିଛି “ନିମକୀ -ନିମପୁର ରୁ ନଵୀନନିଵାସ”

Leave a Reply

Your email address will not be published. Required fields are marked *