ଓଟିଇଟି ପରୀକ୍ଷା ବାତିଲ।ଓଟିଇଟି ପରୀକ୍ଷାର ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ହେଲା ଭାଇରାଲ।ଆଜି ଦୁଇଟି ସିଟିଂ ରେ ହେଇଥିଲା ଓଟିଇଟି ପରୀକ୍ଷା।ସକାଳ ୧୦ ରୁ ୧୨:୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଅର୍ଥାତ୍ ଓଟିଇଟି ୧ ର ପରୀକ୍ଷା ସରିଯାଇଛି।କିନ୍ତୁ ଓଟିଇଟି ୨ କୁ ବାତିଲ କରାଯାଇଛି।
ଏ ବର୍ଷ ଦୁଇଟି ସିଟିଂରେ ୧ ଲକ୍ଷ ୧୨ ହଜାର ପିଲା ପରୀକ୍ଷା ଦେବାର ଥିଲା।ଆଗରୁ ମଧ୍ୟ ମେଟ୍ରିକ୍ ପରୀକ୍ଷା ର ପ୍ରଶ୍ନ ପତ୍ର ଭାଇରାଲ ହୋଇସାରିଛି।ଏବଂ ବର୍ତ୍ତମାନ ଓଟିଇଟି ପ୍ରଶ୍ନ।ଏହାକୁ ଦେଖି ବୋର୍ଡ ର ପ୍ରଶ୍ନ ପତ୍ର ପ୍ରତି କେତେ ସଚେତନ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ଆଜିର ପରୀକ୍ଷା ବାତିଲ କରାଯାଇଛି।ଏବଂ ପରେ ପୁଣି କେବେ ପରୀକ୍ଷା କରାଯିବ ଏହା ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ହେବ।
ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବଂ ଭବିଷ୍ୟ ପ୍ରଭାବିତ ହୋଇଛି।ଯେଉଁ ମାନେ ଲୋକମାନେ ପ୍ରଶ୍ନ ପତ୍ର ଲିକ କରିଛନ୍ତି ଏବଂ ଯେଉଁ ଉଦ୍ଦେଶ୍ୟ ରଖି ଲିକ୍ କରିଛନ୍ତି ନିଶ୍ଚିତ ଭାବରେ ସେମାନେ ପିଲା ମାନଙ୍କ ଭାଗ୍ୟ ସହିତ ଖେଳ ଖେଳୁଛନ୍ତି।