କଂଗ୍ରେସ କୁ ବାଏ ବାଏ କଲେ ନବ , 24ରେ ବିଜେଡି ରେ ମିଶିବେ I ନବଙ୍କ କଂଗ୍ରେସରୁ ଇସ୍ତଫା

କଂଗ୍ରେସ ର ବରିଷ୍ଠ ନେତା ନବ ଦାସ ବିଜେଡି ରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ନିଜେ ନବ ବି ଏହାକୁ ସ୍ୱୀକାର କରି ବିଜେଡି ରେ ମିଶିବେ ବୋଲି ହଁ କହିଥିଲେ ,ପ୍ରଥମେ ମାଟି ପରେ ପାର୍ଟି କହିବା ସହିତ ବିଜେଡି ରେ ଯୋଗଦାନ କରିବା ନେଇ ଆସନ୍ତା 24ତାରିଖ ରେ ନିଷ୍ପତି ନେବେ ବୋଲି କହିସାରିଥିବା ବେଳେ ଆଜି କଂଗ୍ରେସ ରୁ ଇସ୍ତଫା ଦେଇଦେଇଛନ୍ତି I କଂଗ୍ରେସ ପିସିସିର ବର୍ତମାନ ସେ କାର୍ଯ୍ୟକାରୀ ସଭାପତି ଥିବାବେଳେ ସେଥିରୁ ମଧ୍ୟ ଇସ୍ତଫା ଦେଇଦେଇଛନ୍ତି I ଇସ୍ତଫା ପତ୍ରରେ ବିଜେଡି ରେ ମିଶିବା ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି I ଇସ୍ତଫା ପତ୍ର କୁ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି।ସଭାପତି ନିରଂଜନ କିମ୍ବା କଂଗ୍ରେସ ବିରୁଧରେ ତାଙ୍କର କୌଣସି ଅଭିଯୋଗ ନାହିଁ କେବଳ ତାଙ୍କ କର୍ମୀ ଚାଁହୁଛନ୍ତି ବୋଲି ସେ ବିଜେଡି ରେ ଯୋଗ ଦେଉଛନ୍ତି I

Leave a Reply

Your email address will not be published. Required fields are marked *