କିଛିଦିନ ପରେ ନବ ବିଜେଡି ରେ ଖତ ହୋଇଯିବେ :ନବଙ୍କ ଅବସ୍ଥା ଭୂପିନ୍ଦର ସିଂ ଏବଂ ଅନୁପ ଙ୍କ ପରି ହେବ :-ପିସିସି ଉପସଭାପତି ଆର୍ଯ୍ୟ

ଝାରସୁଗୁଡା ବିଧାୟକ ନବଦାସ ଙ୍କୁ କଂଗ୍ରେସ ଆଉ ଭଲ ଲାଗିନଥିଲା ତେଣୁ କଂଗ୍ରେସ ଛାଡି ବିଜେଡି ରେ ମିଶିବା ପାଇଁ କିଛିଦିନ ଧରି ଚର୍ଚ୍ଚା ଚାଲିଥିଲା I ନିଜେ ନବ ମଧ୍ୟ ତାଙ୍କ ସମର୍ଥକ ମାନଙ୍କୁ ପଚାରିଥିଲେ ଯଦି ଦଳ ଛାଡ଼ିବେ ତେବେ କର୍ମୀ ମାନେ କଣ କରିବେ I କର୍ମୀ ମାନେ ମଧ୍ୟ ତାଙ୍କ ସହିତ ଯିବେ ବୋଲି ଅଭୟ ବାଣୀ ଦେଇଥିଲେ I କର୍ମୀଙ୍କ ଅଭୟବାଣୀ ପରେ ଦଳ ଛାଡିବା ଏକ ପ୍ରକାର ପକ୍କା ହେଇଯାଇଥିଲା ନବଙ୍କ ପାଇଁ I

ଶେଷରେ କଂଗ୍ରେସ ଛାଡି 24ତାରିଖ ବିଜେଡି ରେ ମିଶିବେ ବୋଲି ଗଣମାଧ୍ୟମ ରେ ସୂଚନା ଦେଇଥିଲେ ଏବଂ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି I ସେପଟେ କିନ୍ତୁ ଇସ୍ତଫା ନୁହେଁ ଦଳରୁ ବହିସ୍କୃତ ହେଇଛନ୍ତି ନବ ଦାସ I ଏନେଇ ସୂଚନା ଦେଇଛନ୍ତି ନିରଞ୍ଜନ I କଂଗ୍ରେସ ରୁ ଇସ୍ତଫା ଦେବାପରେ ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ପୂର୍ବରୁ ମଧ୍ୟ ଭୂପିନ୍ଦର ସିଂ ଏବଂ ଅନୁପ ସାଏ କଂଗ୍ରେସ ଛାଡି ବିଜେଡି ରେ ମିଶିଥିଲେ ତାଙ୍କ ସତ୍ତା ଆଜି ଲୋକେ ଭୁଲିଯାଇଛନ୍ତି I

ଏବଂ ବର୍ତମାନ ତାଙ୍କ ଅବସ୍ଥା କଣ ସମସ୍ତେ ଦେଖୁଛନ୍ତି ତେଣୁ କିଛିଦିନ ପରେ ନବଙ୍କ ଅବସ୍ଥା ବି ସେପରି ହେବ I ବିଜେଡି ରେ ଖତ ହେଇଯିବେ I

Leave a Reply

Your email address will not be published. Required fields are marked *