ଗାଡ଼ିର ଇନସ୍ୟୁରାନସ ଯଦି କରିନାହାନ୍ତି ତେବେ ତୁରନ୍ତ କରିଦିଅନ୍ତୁ ନଚେତ ବହୁତ ହଇରାଣ ହେବେ

ଦିନକୁ ଦିନ ରାସ୍ତାରେ ଗାଡି ଦୁର୍ଘଟଣା ବଢ଼ିବାରେ ଲାଗିଛି I ତେବେ ଦୁର୍ଘଟଣା ଯୋଗୁଁ ଦୁର୍ଘଟଣା ର ଶିକାର ହେଇଥିବା ଲୋକଟିକୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି I ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ଦୁର୍ଘଟଣା ଘଟାଇଥିବା ଗାଡିଟି ଇନସ୍ୟୁରାନସ କରିନଥିବାରୁ ଏପରି ସମସ୍ୟା ହେଉଛି I ତେବେ ଏବେ ନୂଆ ନିୟମ ଲାଗୁ ହେଇଚି I ନୂଆ ନିୟମ ଅନୁଯାଇ ଯଦି କୌଣସି ଗାଡି ଦୁର୍ଘଟଣା ଘଟାଏ ଏବଂ ଇନସ୍ୟୁରାନସ ନଥାଏ ତେବେ ଗାଡି ଜବତ କରାଯିବା ସହିତ ଗାଡି ମାଲିକ କୁ ଗିରଫ କରାଯିବ I

ଜବତ ହେଇଥିବା ଗାଡିକୁ ନିଲାମ ଡକାଯାଇ ଦୁର୍ଘଟଣା ର ଶିକାର ହେଇଥିବା ବ୍ୟକ୍ତି ର ଭରଣା କରାଯିବ I ଏନେଇ ନୂଆ ନିୟମ କରାଯାଇଛିI ଯେ କୌଣସି ସ୍ଥାନରେ ଗାଡି ଚେକ କରାଯିବା ସହିତ ଯଦି ଗାଡିର ଇନସ୍ୟୁରାନସ ନଥିବ ତେବେ ସେହି ଗାଡିକୁ ତୁରନ୍ତ ଜବତ କରାଯିବା ସହିତ ଗାଡି ମାଲିକ ଙ୍କ ଠାରୁ ଜୋରିମାନା ଆଦାୟ କରାଯିବ I

Leave a Reply

Your email address will not be published. Required fields are marked *