ବ୍ରହ୍ମାନନ୍ଦ ଙ୍କ ହୃଦ୍ ଘାତ ଚିକିତ୍ସା କଲେ ଓଡ଼ିଆ ପୁଅ ରମାକାନ୍ତ ପଣ୍ଡା

ସୁନାମଧନ୍ୟ ଓଡ଼ିଆ ହୃଦ୍ ଶଲ୍ୟ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଲୋକପ୍ରିୟ ତେଲୁଗୁ ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ୍ ଙ୍କ ଅସ୍ତ୍ରୋପଚାର କରିଥିବା ତାଙ୍କ ପରିବାର ତରଫରୁ ସୂଚନା ଦିଆଯାଇଛି।

ବ୍ରହ୍ମାନନ୍ଦମ୍ ଙ୍କୁ ହୃଦଘାତ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇ ସ୍ଥିତ ଏସିଆନ୍ ହାର୍ଟ୍ ଇନଷ୍ଟିଚିଉଟ ରେ ଭର୍ତି କରାଯାଇଥିଲା।ଅନେକ ପରୀକ୍ଷା ପରେ ସୋମବାର ଡାକ୍ତର ପଣ୍ଡା ତାଙ୍କର ଅସ୍ତ୍ରୋପଚାର କରିଥିଲେ।ଅସ୍ତ୍ରୋପଚାର ପରେ ସୋମବାର ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସେ ଅବଜରର୍ଭେସନ ରେ ଅଛନ୍ତି।୬୨ ବର୍ଷୀୟ ବ୍ରହ୍ମାନନ୍ଦମ୍ ତେଲୁଗୁ ଫିଲ୍ମ୍ ଜଗତର ଜଣେ ଖ୍ୟାତନାମା ଅଭିନେତା।ସେ ଏକ ହଜାରରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ସେ ୨୦୦୯ ରେ ପଦ୍ମଶ୍ରୀ ଉପାଧି ପାଇଥିଲେ।ଯାଜପୁର ଜିଲ୍ଲାରେ ଜନ୍ମିତ ପଦ୍ମବିଭୂଷଣ ଡା ରମାକାନ୍ତ ପଣ୍ଡା ଦେଶର ଅନ୍ୟତମ ଶ୍ରେଷ୍ଠ ହୃଦ୍ ଶଲ୍ୟ ବିଶେଷଜ୍ଞ।ତାଙ୍କ ଚିକିତ୍ସା ଲାଭ କରିଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ,ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗାଇ,ପ୍ରସିଦ୍ଧ ବାମପନ୍ଥୀ ନେତା ଡି . ରାଜା।

Leave a Reply

Your email address will not be published. Required fields are marked *