ଅମିତ୍ ଶାହ ଙ୍କୁ ସ୍ୱାଇନ ଫ୍ଲୁ:AIIMS ରେ ହେଉଛନ୍ତି ଚିକିତ୍ସିତ

ବିଜେପି ସଭାପତି ଅମିତ୍ ଶାହା ସ୍ୱାଇନ ଫ୍ଲୁ ରୋଗର ପୀଡ଼ିତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍ ସ ରେ ଭର୍ତି କରାଯାଇଛି।ତାଙ୍କର ଚିକିତ୍ସା ଲାଗି ଏମ୍ସ ଡାଇରେକ୍ଟର ରଣଦିପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ଗଠିତ ହୋଇଛି।

ମେଡିକାଲ୍ ସୂତ୍ରରୁ ପ୍ରକାଶ ଯେ ଛାତିରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ଅମିତ୍ ଙ୍କୁ ମେଡିକାଲ୍ ରେ ଭର୍ତି କରାଯାଇଛି।ଅମିତ୍ ଶାହା ଟୁଇଟ୍ କରି ଜନେଇଛନ୍ତି ମୋତେ ସ୍ୱାଇନ ଫ୍ଲୁ ହୋଇଛି।ଭଗବାନଙ୍କ ଆଶ୍ରିବାଦ୍ ଏବଂ ଆପଣ ମାନଙ୍କ ସଦିଚ୍ଛା ମୋ ସହିତ ରହିଛି।ମୁଁ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବି।

Leave a Reply

Your email address will not be published. Required fields are marked *