ଗରିବ ବୋଲି ମିଳିଲାନି ଚାରି କାନ୍ଧ :ନାବାଳକ ପୁଅ ମା ର ଶବ ସାଇକେଲରେ ବୋହି କଲା ଶବ ସତ୍କାର

ବଦଳିଗଲାଣି ସମାଜ ଆଉ ବଦଳିଗଲାଣି ଆମ ମାନବିକତା I କେହି ଯଦି ରାସ୍ତାକଡ଼ରେ ସାହାଯ୍ୟ ପାଇଁ ହାତ ପତାଉଛି ଅଧିକାଂଶ ସମୟରେ ସାହାଯ୍ୟ ବଦଳରେ ତିରସ୍କାର ଏବଂ ଅପମାନ ମିଳୁଛି I କାହିଁକିନା ଆମେ ସଭ୍ୟ ଶିକ୍ଷିତ I ତେବେ ଏହି ସଭ୍ୟ ଶିକ୍ଷିତ ମାନସିକତା ବି ବଦଳିଗଲାଣି I ଆଉ ମାନବିକତା ଦେଖିବାକୁ ମିଳୁନି I ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ରେ କେହି ଯୋଗ ଦେଲେନି ଶେଷରେ ମହିଳାଙ୍କ ନାବାଳକ ପୁଅ ନିଜେ ସାଇକେଲ ରେ ଶବ କୁ ବୋହି ଶବ ସତ୍କାର କରିଛନ୍ତି I ଘଟଣାଟି ସୁନ୍ଦରଗଡ ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ କରପାବାହାଲ ଗ୍ରାମର

I ଏହି ଗ୍ରାମର ଝିଅ ଜାନକୀ ଙ୍କ ସ୍ୱାମୀ କିଛିବର୍ଷ ତଳେ ମରିଯିବା ପରେ ଏକାକୀ ଜାନକୀ
ନିଜ ପୁଅକୁ ଧରି ବାପଘର ଚାଲିଆସିଥିଲେ Iତେବେ ଗତକାଲି ସେ ପାଣି ଆଣିବାକୁ ଯାଇଥିବା ବେଳେ ତଳେ ପଡିଯାଇ ମୃତ୍ୟୁବରଣ କରିଥିଲେ I ଶେଷ ଯାତ୍ରାରେ କୌଣସି ଗ୍ରାମବାସୀ ସହଯୋଗ କରିନଥିଲେ I ନିଜ ଛୋଟ ପୁଅ ମା କୁ ସାଇକେଲ ରେ ବୋହି ପାଖାପାଖି ଏକ କିଲୋମିଟର ବୋହି ନିକଟସ୍ଥ ମଶାଣି ରେ ଜଣେ ସମ୍ପର୍କୀୟ ଙ୍କ ସହଯୋଗରେ ଶବ ସତ୍କାର କରିଥିଲେ

I ତେବେ ଶବ ସତ୍କାର ପାଇଁ ଏତେ ଯୋଜନା ଥିଲେ ମଧ୍ୟ ଜାନକୀ ଙ୍କ ପାଇଁ କୌଣସି ସରକାରୀ ଯୋଜନା ମିଳିନଥିଲା I

Leave a Reply

Your email address will not be published. Required fields are marked *