ଚନ୍ଦ୍ର ରେ ଗଛ ଲଗାଇଲା ଚିନ୍

ଚନ୍ଦ୍ରରେ ଦୃଶ୍ୟମାନ ହେଉନଥିବା ସ୍ଥାନରେ ଚୀନ୍ ମହାକାଶ ଯାନ ଚାଙ୍ଗ ଇ-୪ ପଦାର୍ପଣ କରି ସଫଳତାର ସହ ସେଠାରେ ଗଛ ଲଗେଇଛି।ଏହା ଦ୍ବାରା ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ଜୀବଜଗତର ସମ୍ଭାବନା ଦେଖାଯାଇଛି।ଚୀନ୍ ଭିନ୍ନ ଭିନ୍ନ ପ୍ରକାର ବୀଜ ର ଗଛ ଲଗେଇବା ସହ ତାର ଫଟୋ ଉଠାଇ ପୃଥିବୀପୃଷ୍ଠ କୁ ପଠାଇଛି।

ତନ୍ମଧ୍ୟରେ କପାସ,ଆଳୁ, ସୋରିଷ ଏବଂ କେତେକ ଫଳ ଗଛ ମଧ୍ୟ ରହିଛି।ଚୀନ୍ ର ବିଶେଷଜ୍ଞ ଙ୍କ ମତରେ ପ୍ରାୟ ୧୦୦ ଦିନରେ ଆହୁରି ଅଧିକ ଗଛ ଲଗାଇ ଆଗକୁ ଚାଷ କାର୍ଯ୍ୟ କରି ପାରିବେ।ସେହି ବୀଜ ଗୁଡ଼ିକ ଏକ ସ୍ଵତନ୍ତ୍ର ବାୟୋ ସ୍ପିଅର୍ ଡିଜାଇନ ରେ ପ୍ରସ୍ତୁତ ଗୋଲାକାର ପାତ୍ରରେ ରହିଛି।

୩ କିଲୋଗ୍ରାମ ଓଜନ ଏବଂ ୭ ଇଞ୍ଚ୍ ର ଏହି ପାତ୍ରକୁ ଦକ୍ଷିଣ ପଶ୍ଚିମ ଚୀନ୍ ସ୍ଥିତ ଚେଙ୍ଗ କୁଇଂଗ ବିଶ୍ଵବିଦ୍ୟାଳୟ ର ଗବେଷକ ମାନେ ନିର୍ମାଣ କରିଛନ୍ତି। ଇନସୁଲେଟର ପରସ୍ତ,ମିନି ଏୟାର କଣ୍ଡିସନ ସିଷ୍ଟମ୍,ମାଟି,କିଛି ପୋଷାକ ତତ୍ତ୍ଵ,ଗଛ ବଞ୍ଚିବା ପାଇଁ ପାଣି,ଡାଟା ଟ୍ରାନସମିସନ୍,ତଦାରଖ ପାଇଁ ଛୋଟ କ୍ୟାମେରା ଏବଂ ସୂର୍ଯ୍ୟକିରଣ ପାଇଁ ଏକ ଟ୍ୟୁବ୍ ଲାଇଟ ରହିଛି।ବୀଜ ସେହି ପାତ୍ରରେ ରହିବା ଠାରୁ ଆରମ୍ଭ କରି ଗଛ ହେବା ପର୍ଯ୍ୟନ୍ତ ତାର ପୂର୍ଣ୍ଣ ତଦାରଖ ସେହି ଯାନ କରିଥିଲା।

Leave a Reply

Your email address will not be published. Required fields are marked *