ପିଠା କାର୍ଯ୍ୟକ୍ରମରେ ବିଧାୟକ ଙ୍କ ଉପସ୍ଥିତିରେ ମହିଳାଙ୍କୁ ମାଡ

କିଛିଦିନ ତଳେ ସରକାର ପିଠା ଯୋଜନା ଆରମ୍ଭ କରିଛନ୍ତି I ସମସ୍ତଙ୍କ ଅଭିଯୋଗ ପିଠା କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ ମାନେ ଅବଗତ ହେଇ ବିହିତ ପଦକ୍ଷେପ ନେବେ ଯେପରି ସାଧାରଣ ଲୋକେ ସେମାନଙ୍କର ଅଧିକାର ପାଇପାରିବେ I ତେବେ ସତ୍ୟବାଦୀ ରେ ଦେଖିବାକୁ ମିଳିଛି ପିଠା କାର୍ଯ୍ୟକ୍ରମ ର କିଛି ନିଆରା ଦୃଶ୍ୟ I ପିଠା କାର୍ଯ୍ୟକ୍ରମ କୁ ଜଣେ ମହିଳା ଯାଇଥିଲେ ତାଙ୍କ ଅଭିଯୋଗ କରିବାକୁ କିନ୍ତୁ ଘଟଣା ସ୍ଥଳରେ ତାଙ୍କୁ ସରପଞ୍ଚ ମାଡ ମାରି ବିଦା କରିଦେଇଥିବା ଅଭିଯୋଗ ହେଇଚି i ମିଳିଥିବା ସୂଚନା ଅନୁଯାଇ ସତ୍ୟବାଦୀର କେତକୀ ପାଟଣା ପଂଚାୟତର ଶାନ୍ତିଲତା ପ୍ରଧାନ ଜଣେ ନିହାତି ଗରିବ ଲୋକ ଅଟନ୍ତି Iତେବେ ଇନ୍ଦିରା ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ସେ ସ୍ଥାନୀୟ ସରପଞ୍ଚ ଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଏହା ବଦଳରେ ସରପଂଚ ତାଙ୍କ ଠାରୁ ମୋଟାଅଙ୍କର ଅର୍ଥ ଦାବି କରିଥିବା ମହିଳା ଜଣଙ୍କ ପୂର୍ବରୁ ଅଭିଯୋଗ କରିଥିଲେ I

ତେବେ ଇନ୍ଦିରା ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ସେ ସ୍ଥାନୀୟ ସରପଞ୍ଚ ଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଏହା ବଦଳରେ ସରପଂଚ ତାଙ୍କ ଠାରୁ ମୋଟାଅଙ୍କର ଅର୍ଥ ଦାବି କରିଥିବା ମହିଳା ଜଣଙ୍କ ପୂର୍ବରୁ ଅଭିଯୋଗ କରିଥିଲେ I ଘର ପାଇବାକୁ ହେଲେ 10ହଜାର ଦେବାକୁ ପଡିବ ,ଗରିବ ଶାନ୍ତିଲତା ପ୍ରଧାନ ଙ୍କ ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ହେଇପାରିନଥିଲା ତେଣୁ ବାଧ୍ୟ ହେଇ ପୁନଃବାର ଗୁହାରି କରିବାରୁ ସରପଞ୍ଚ ତାଙ୍କୁ ଧକା ମାରିଥିବା ସେ ଅଭିଯୋଗ କରିଥିଲେ ,ଯାହାକି କିଛି ସୋସିଆଲ ଗଣମାଧ୍ୟମ ରେ ପ୍ରକାଶିତ ହେଇଥିଲା I

ମହିଳା ଜଣଙ୍କ ବାରମ୍ବାର ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା , ତେବେ ପିଠା କାର୍ଯ୍ୟକ୍ରମ ହେଉଥିବାରୁ ସତ୍ୟବାଦୀର ବିଧାୟକ ଆସିଥିଲେ ତେଣୁ ମହିଳା ଜଣଙ୍କ ବିଧାୟକ ଙ୍କୁ ନିଜର ଦୁଃଖ ଶୁଣାଇବାକୁ ବିଧାୟକ ଙ୍କ ଗାଡି ସାମ୍ନାକୁ ଯାଇ ବିରୋଧ କରିଥିଲେ କିନ୍ତୁ ସେଠାରେ ଥିବା ବିଧାୟକ ଙ୍କ ସମର୍ଥକ, ସରପଞ୍ଚ ତାଙ୍କୁ ପଛପଟରୁ ଧକା ମାରି ବିଦା କରିଦେଇଥିବା ଅଭିଯୋଗ କରିଛନ୍ତି ନିଜେ ମହିଳା ଶାନ୍ତିଲତା ପ୍ରଧାନ ଏହା ପୁଣି ବିଧାୟକ ଙ୍କ ଉପସ୍ଥିତିରେ I

Iତେବେ ଏହି ଘଟଣାକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି ମହିଳା ଜଣଙ୍କ ଘର ପାଇବାକୁ ଯୋଗ୍ୟ ଥିବାବେଳେ ତାଙ୍କୁ ଏଥିରୁ ବାଦ ଦିଆଯାଇ ପୁନର୍ବାର ଅଭିଯୋଗ ସମୟରେ ମାଡ ମାରିବା ଏକ ଦୁଃଖର ଘଟଣା I ତେବେ ବର୍ତମାନ ସୁଦ୍ଧା ଏନେଇ ବିଧାୟକ ଉମା ସାମନ୍ତରାୟ ନିଜର କୌଣସି ପ୍ରତିକ୍ରିୟା ରଖିନାହାନ୍ତି Iସୂଚନା ଥାଉ କି ସତ୍ୟବାଦିରେ ସ୍ୱାଧୀନ ଭାବେ ଜିତିଥିବା ବିଧାୟକ ଉମାକାନ୍ତ ସାମନ୍ତରାୟ ବିଜେଡି ରେ ଯୋଗ ଦେଇଥିଲେ କିନ୍ତୁ ତାଙ୍କ ମନମୁଖୀ କାର୍ଯ୍ୟ ଏବଂ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନନେବାରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରେ ଫାଟ ସୃଷ୍ଟି ହେଇଥିଲା ଏବଂ ମୂଳ ବିଜେଡି କର୍ମୀ ଙ୍କ ସମେତ ଦୁଇ ବ୍ଲକ ସଭାପତି ବିଜେଡି ନେତା ତଥା ପୁରୀ ର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ଙ୍କ ସହିତ ଏକ ବିଶାଳ ସମାବେଶ କରିଥିଲେ i

Leave a Reply

Your email address will not be published. Required fields are marked *