ମା ର ଦ୍ୱିତୀୟ ପ୍ରେମ ପଡିଲା ମହଙ୍ଗା ,କାନ୍ଦିବାରୁ ପ୍ରେମିକାଙ୍କ କୁନି ପୁଅକୁ ପିଟିପିଟି ମାରିଦେଲା ପ୍ରେମିକ

ନିକଟରେ ଗଂଜାମ ରେ ଏକତରଫା ପ୍ରେମ ପାଇଁ ଜଣେ ମହିଳାଙ୍କ ପୁତ୍ରର ଜୀବନ ନେଇଯାଇଥିଲା ପାଗଳ ପ୍ରେମୀ I ମା ପ୍ରେମକୁ ଅସ୍ବୀକାର କରିବାରୁ ପୁତ୍ରକୁ ପଥର ରେ ଛେଚି ପୀଠରେ ଫୋପାଡ଼ିଦେଇଥିଲା ନୃସଂଶ ପ୍ରେମିକ I ଏବେ ପୁଣି ଏକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର କାପସହେଡା ଅଞ୍ଚଳରେ I ଗୋଟେ ଛୋଟ ପିଲାକୁ ମା ର ପ୍ରେମିକ ବାଡେଇ ବାଡେଇ ମାରିଦେଇଛି I ମିଳିଥିବା ସୂଚନା ଅନୁଯାଇ ସୂର୍ଯ୍ୟ ପ୍ରତାପ ସିଂହ(୩୫)ଙ୍କ ପତ୍ନୀ ରାନି ସିଂହ ଙ୍କର ଗୋଟିଏ ଛୋଟ ପୁଅ ଥିଲା I ବ୍ୟବସାୟିକ କାରଣ ପାଇଁ ସ୍ୱାମୀ ବାହାରେ ରହୁଥିଲେ I ସ୍ତ୍ରୀ ରାନୀ ସ୍ୱାମୀଙ୍କ ଅନୁପସ୍ଥିତି ରେ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିଯାଇଥିଲେ I ପରେ ଯୁବକ ଜଣଙ୍କୁ ବିବାହ କରିବାକୁ ନିଷ୍ପତି ନେଇ ସ୍ୱାମୀ ପ୍ରତାପ ଙ୍କ ଠୁ ଅଲଗା ହେଇ ଯୁବକ ଙ୍କ ସହିତ ରହୁଥିଲେ I

ତେବେ କୌଣସି କାର୍ଯ୍ୟରେ ରାନୀ ପୁଅକୁ ପ୍ରେମିକ ପାଖରେ ଏକୁଟିଆ ଛାଡି ବାହାରକୁ ଯାଇଥିଲେ I କିନ୍ତୁ କୌଣସି କାରଣରୁ ଛୋଟ ପୁଅଟି ଜୋରରେ କାନ୍ଦିଥିଲା ଏଥିରେ ରାଗିଯାଇ ପୁଅକୁ ପାଟି ଚୁପ କରିବାକୁ କହିଥିଲେ ମଧ୍ୟ ପୁଅଟି ଚୁପ ରହିନଥିଲା ତେଣୁ ବାଧ୍ୟ ହେଇ ଶେଷରେ ପ୍ରେମିକ ଜଣଙ୍କ ପୁଅକୁ ନିର୍ଘାତ ପିଟିଥିଲା I ପରବଲ ମାଡ଼ରେ ପୁଅଟି ମରିଯାଇଥିଲା I ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକ କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *