କଂଗ୍ରେସ ରୁ ବିଦା ହେଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ ସଗରିଆ

କଂଗ୍ରେସ ର ଗତକାଲି ରାତି ଅଧିଆ ସର୍ଜିକାଲ ଷ୍ଟ୍ରାଇକ ହେଇଛି I ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଙ୍କୁ ବହିଷ୍କାର କରାଯାଇଛି I ଗତକିଛିଦିନ ଧରି କଂଗ୍ରେସ ବିରୋଧରେ ମନ୍ତବ୍ୟ ଦେଉଥିବାରୁ ତାହାକୁ ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ ରାତିଅଧିଆ କଂଗ୍ରେସରୁ ଦଳର ବରିଷ୍ଠ ନେତାଙ୍କୁ ବିଦା କରିଦିଆଯାଇଛି I ସେହିପରି ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ ଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି I ଏନେଇ ବିଳମ୍ବିତ ରାତ୍ରିରେ ସୂଚନା ଦେଇଛନ୍ତି ସୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ।ବର୍ତମାନ ସୁଦ୍ଧା ଶ୍ରୀକାନ୍ତ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ସଗରିଆ କହିଛନ୍ତି ଯେ ସେ ଦଳ ବିରୋଧୀ କୌଣସି କାର୍ଯ୍ୟ କରିନାହାନ୍ତି ବିଧାୟକ ପଦ ଛାଡ଼ିବେ କି ରଖିବେ ସେଇଟା ତାଙ୍କ ବ୍ୟକ୍ତିଗତ ନିଷ୍ପତି I

ଅନନ୍ତ ହେଉଛନ୍ତି ସବୁଠାରୁ ବିଶୃଙ୍ଖଳିତ କର୍ମୀ I ସୂଚନା ଥାଉ କି କଂଗ୍ରେସ ରେ ଏବେ ଦଳ ଡିଆଁ ରୋଗ ବ୍ୟାପିବାରେ ଲାଗିଛି ,ଜଣଙ୍କ ପରେ ଜଣେ ଦଳ କଂଗ୍ରେସ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି I ନିକଟରେ ନବ ଦାସ ,ଯୋଗେଶ ସିଂ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କୁ ବହିଷ୍କାର କରାଯାଇଛି I

Leave a Reply

Your email address will not be published. Required fields are marked *