ଅନଲାଇନ ଶପିଂ ରେ ପାଦ ଦେବେ ଅମ୍ବାନୀ :ଜିଓ ପରି ଫ୍ରି ଧମାକା ରେ ଗ୍ରାହକ ମାନେ ପାଇବେ ପୁରା ଭରପୁର ଫାଇଦା

ଇ କମର୍ସ ବା ଅନଲାଇନ କିଣାବିକା ରେ ସବୁଠାରୁ ଆଗରେ ଥିବା ଆମIଜନ ଏବଂ ଫ୍ଲିପକାର୍ଟ କୁ ଅଧିକୃତ କରିଥିବା ୱାଲମାର୍ଟ୍ ଲୋକଙ୍କ ବିଶ୍ୱସ୍ତ ହେଇପାରିଥିବା ବେଳେ ବ୍ୟବସାୟରେ ମଧ୍ୟ ସଫଳତା ପାଇପାରିଛନ୍ତି I ତେବେ ଆଗକୁ ତାଙ୍କ ପାଇଁ ସିଧା ସଳଖ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି । ଟେଲିକମ ଜଗତରେ ବୈପ୍ଲବିକ ପରିବର୍ତନ ଆଣିଥିବା ଅମ୍ବାନୀ ଏବେ ଇ-ବ୍ୟବସାୟ ପାଇଁ ମନ ବଳାଇଛନ୍ତି I ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ କରିସାରିଲେଣି ଯେ ଆସନ୍ତା ଦେଢ଼ବର୍ଷ ମଧ୍ୟରେ ଅନଲାଇନ ବ୍ୟବସାୟରେ ପାଦ ଦେବେ I

ତେବେ ଜିଓ ଯେପରି ଲୋକଙ୍କର ଲୋକପ୍ରିୟତା ହାସଲ ସହିତ ଇଣ୍ଟରନେଟ ଡାଟା ସମ୍ପୂର୍ଣ୍ଣ ମାଗଣା କରିଦେଇଥିଲା ସେହିପରି ଇ ବ୍ୟବସାୟରୁ ଗ୍ରାହକ ମାନେ ଭରପୁର ଫାଇଦା ପାଇପାରିବେ ବୋଲି ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *