ବିଧବାଙ୍କୁ ଭଲ ପାଇ ବାହାହେବା ପଡିଲା ମହଙ୍ଗା :ବାସର ରାତିରେ ସ୍ୱାମୀଙ୍କୁ ନାମ ଦେଇଦେଲେ ମହିଳା

ପ୍ରେମ ମାନେନା ବୟସ I କେତେବେଳେ କାହାସହିତ ପ୍ରେମ ହେଇଯାଏ କହିହୁଏନା I ସେମିତି ଏକ ପ୍ରେମରେ ପଡିଯାଇଥିଲେ ରାମସେବକ କୌର I ନିଜ ଠାରୁ ବୟସରେ ପାଖାପାଖି ୧୪ ବର୍ଷ ବଡ ଜଣେ ମହିଳାଙ୍କ ପ୍ରେମରେ ପଡିଯାଇଥିଲେ I ତେବେ ମହିଳା ଜଣଙ୍କ ବିଧବା ଥିଲେ I ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହେଇଯାଇଥିଲା I ତଥାପି ଯୁବକ ଙ୍କ ପ୍ରେମ ରେ ମୋହିତ ହେଇଯାଇଥିଲେ ମହିଳା ଜଣଙ୍କ I ଶେଷରେ ଦୁହିଁଙ୍କ ପ୍ରେମ କୁ ସାକାର କରିବାକୁ ନିଷ୍ପତି ନେଇ ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ ଉଭୟ I ମନ୍ଦିର ରେ ଦୁଇଜଣ ଙ୍କ ବିବାହ ହେଇଥିଲା I

ବିବାହର ଚାରିଦିନ ଅର୍ଥାତ ବାସର ରାତିରେ ସ୍ୱାମୀ ଫୁଲ ଶେଯ କୁ ଗଲାବେଳେ ସେଠାରେ ନଥିଲେ ସ୍ତ୍ରୀ I ସଜା ହେଇଥିଲା ଫୁଳସେଜ କିନ୍ତୁ ନଥିଲା ପ୍ରେମ ର ପ୍ରେମିକା Iସବୁଆଡେ ଖୋଜିଥିଲେ ସ୍ତ୍ରୀ କୁ କିନ୍ତୁ ପାଇନଥିଲେ, ଶେଷରେ ଭାଙ୍ଗିଯାଇଥିଲା ରାମଙ୍କ ମନ I ଏତିକିରେ ସରିନଥିଲା ଘଟଣା I ଯେତେବେଳେ ସେ ଘର ଗଡ଼ରେଜ ଖୋଲିଲେ ତାଙ୍କ ପାଦତଳୁ ମାଟି ଛିଣ୍ଡିଯିବାକୁ ଲାଗିଲା I

କାହିଁକିନା ଗଡ଼ରେଜ ରେ ନଥିଲା ପଇସା I ପାଖାପାଖି 50/60ହଜାର ଟଙ୍କା ସହିତ ସମସ୍ତ ସୁନା ଅଳଙ୍କାର ନେଇ ସ୍ତ୍ରୀ ଚମ୍ପଟ ମାରିଥିଲା I ଏନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି ସ୍ୱାମୀ I ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *