ଖାରବେଳ ଏବଂ ବ୍ରଜ ଏକାଠି ମିଶି ଗଢିଲେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ କିନ୍ତୁ ଯୋଗ ଦେଲେନି ଦାମ

ଓଡିଶା ରାଜନୀତି ରେ ଆଉ ଏକ ନୂଆ ସାମ୍ମୁଖ୍ୟ ଦେଖିବାକୁ ମିଳିଛି I ଆରମ୍ଭ ହେଇଚି ଏକ ସାମ୍ମୁଖ୍ୟ I ସମତାକ୍ରାନ୍ତି ଦଳ ସଭାପତି ବ୍ରଜ ତ୍ରିପାଠୀ ଏବଂ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ମିଳିତ ଭାବରେ ଗଢ଼ିଛନ୍ତି ଏକ ନୂଆ ଦଳ Iନୀତି ଅଲଗା କିନ୍ତୁ ଲକ୍ଷ ଗୋଟାଏ,ଦୁର୍ନୀତି ବିରୁଧରେ ସ୍ୱର ଉତ୍ତୋଳନ ,ଟାର୍ଗେଟ ରେ ନବୀନ ପଟନାୟକ ଏବଂ ବିଜେଡି ।ଏହାକୁ ସାକାର କରିବାକୁ ଦୁହେଁ ଅଣ୍ଟା ଭିଡିଛନ୍ତି । ଆରମ୍ଭ କରିଛନ୍ତି ନୂଆ ସାମ୍ମୁଖ୍ୟ ଯାହାର ନାମ ରହିଛି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ (OGS) । ଓଡ଼ିଶାର ସମସ୍ତ ଛୋଟ ଛୋଟ ଦଳ ଗୁଡିକୁ ଏକାଠି କରିବାକୁ ଉଭୟ ଆହ୍ୱାନ ଦେଇଛନ୍ତି ଏବଂ ମିଶାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି I

ତେବେ ଆରମ୍ଭରୁ କେଁ ଦେଖାଗଲାଣି ,କିଛିଦିନ ତଳେ ବ୍ରଜ ଙ୍କ ସହିତ ମିଶି ବିଜୁ ସମତା କ୍ରାନ୍ତି ଦଳ ର ଘୋଷଣା କରିଥିବା ଦାମ ଙ୍କୁ ଦେଖିବାକୁ ମିଳିନଥିଲା ଏହି ମେଣ୍ଟରେ I ଦାମ ଙ୍କ ଭଳି ଜଣେ ବରିଷ୍ଠ ତଥା ବିଜେଡି କୁ ଘାଇଲା କରୁଥିବା ପ୍ରମୁଖ ଅସ୍ତ୍ର ଏହି ସାମ୍ମୁଖ୍ୟ ରେ ଯୋଗ ନଦେବା ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜନୈତିକ ସମୀକ୍ଷକ I

Leave a Reply

Your email address will not be published. Required fields are marked *