ସ୍ୱାମୀ ଆଉ ଜଣଙ୍କୁ ଭଲ ପାଉଥିଲା ବୋଲି ରାତି ଅଧରେ ସ୍ୱାମୀଙ୍କ ହାତଗୋଡ଼ ବାନ୍ଧି ଗୁପ୍ତାଙ୍ଗକୁ କାଟିଦେଲା ସ୍ତ୍ରୀ

ପରକୀୟା ପ୍ରୀତି ପାଇଁ ଜଣେ ଯୁବକ ଙ୍କୁ ବହୁମୂଲ୍ୟ ଦେବାକୁ ପଡିଛି I ଏମିତି ଏକ ଘଟଣା ଘଟିଛି
ନବରଙ୍ଗପୁର ଜିଲ୍ଳାର ଉଦେଇପୁର ଗାଁରେ I ଏହି ଗ୍ରାମର ସଦାସିବ ହରୀଜନ(୨୩) ବାହାରେ ରହି କାମ କରୁଥିଲେ I ତାଙ୍କର ଏକ ଛୋଟ ଝିଅ ଏବଂ ସ୍ତ୍ରୀ ଅଛି I ତେବେ କିଛିଦିନ ଧରି ସେ ନିଜ ଗାଁ ରେ ରହିଥିଲେ ଏବଂ ବାହାରକୁ କାମ କରିବାକୁ ଯାଇନଥିଲେ I ଗ୍ରାମର ଆଉ ଜଣେ ସ୍ତ୍ରୀ ଲୋକ ସହିତ ତାଙ୍କର ପ୍ରେମ ହେଇଥିବା ସ୍ତ୍ରୀ ସନ୍ଦେହ କରିଥିଲେ I ବାରମ୍ବାର ସ୍ୱାମୀଙ୍କୁ ଏନେଇ ପଚାରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ଶେଷରେ ବାଧ୍ୟ ହେଇ ସ୍ୱାମୀଙ୍କୁ ପାନେ ଦେବାକୁ ଚିନ୍ତା କରିଥିଲେ I

ରବିବାର ରାତି ରେ ସ୍ୱାମୀ ଖାଇ ସାରି ଶୋଇବା ପରେ ସ୍ତ୍ରୀ ତାଙ୍କୁ ଏକ ଦଉଡି ରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ଗୁପ୍ତାଙ୍ଗ କୁ ଏକ ଧାରୁଆ ଛୁରୀ ରେ କାଟିଦେଇଥିଲେ ସଦାଶିବ ଜୀବନ ବିକଳ ରେ ଚିତ୍କାର କରିଥିଲେ I ତାଙ୍କ ଚିତ୍କାର ଶୁଣି ପଡୋଶୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତି କରିଥିଲେ I

କିନ୍ତୁ ଗୁପ୍ତାଙ୍ଗ ଟି ସମ୍ପୂର୍ଣ୍ଣ କଟିଯାଇଛି I ଏନେଇ ପୋଲିସ ତରଫରୁ ଏକ ମାମଲା ରୁଜୁ ହେଇ ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *