ବିଜେପୁର ବିଜେଡି ରୁ 2019 ରେ ଲଢ଼ିପାରନ୍ତି କଂଗ୍ରେସ ନେତା ପ୍ରଣୟ,ସରିଯିବ କି ରିତାଙ୍କ ରାଜନୀତି ??

ଗତ କିଛିଦିନ ଧରି ରାଜ୍ୟରେ କଂଗ୍ରେସ ର ଦୁର୍ଗ ଭୁଶୁଡିପଡିବାରେ ଲାଗିଛି I ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡି ବିଜେଡି ରେ ମିଶିବାରେ ଲାଗିଛନ୍ତି I ସେହିପରି ବିଜେପୁର କଂଗ୍ରେସ ର ଟାଣୁଆ ନେତା ପ୍ରଣୟ ସାହୁ ଗତକାଲି କଂଗ୍ରେସ ଛାଡିଥିଲେ ଏବଂ ଆଜି ଆନୁଷ୍ଠାନିକ ଭାବେ ବିଜେଡି ରେ ସାମିଲ ହେଇଛନ୍ତି Iତେବେ ଗତ ଉପନିର୍ବାଚନ ରେ ଅନୁକମ୍ପା ମୂଳକ ଭୋଟ ରେ ଲୋକେ ବିଧାୟକ ଙ୍କ ପତ୍ନୀ ରିତା ସାହୁଙ୍କୁ ବିଜେଡି ଟିକେଟ ରେ ବିଜୟ ମୁକୁଟ ପିନ୍ଧାଇଥିଲେ I

କିନ୍ତୁ ୟା ମଧ୍ୟରେ ରିତା ଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି ଯାହାକି କିଛିଦିନ ତଳେ ଏକ ଭାଇରଲ ଭିଡିଓ ରେ ଦେଖିବାକୁ ମିଳିଥିଲା I ତେବେ ରିତାଙ୍କ ପ୍ରତି ବଢୁଥିବା ଅସନ୍ତୋଷ କୁ ଦେଖି କଂଗ୍ରେସ ର ନେତା ପ୍ରଣୟ ଙ୍କୁ ବିଜେଡି ରେ ସାମିଲ କରାଯାଇଥିବା ଚର୍ଚା ହେଉଛି I

ଆଗାମୀ ନିର୍ବାଚନ ରେ ପ୍ରଣୟ ବିଜେଡି ଟିକେଟ ରୁ ବିଧାୟକ ଲଢ଼ିବେ I ତେବେ ଯଦି ଏପରି ହୁଏ ରିତା ଙ୍କ ରାଜନୈତିକ ଭବିଷ୍ୟତ କୁ ନେଇ ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *