ନବୀନ ନିବାସ କୁ ଓଟିଭି ମହିଳା ସାମ୍ବାଦିକା ଙ୍କୁ ପୁରାଇ ଦେଲେନି ସୁରକ୍ଷାକର୍ମୀ :କହିଲେ ଉପରୁ ନିର୍ଦେଶ ଅଛି

Orisha Exclusive Beuro :ଗତକାଲି ନବୀନ ନିବାସ ରେ ବିଜେପୁର କଂଗ୍ରେସ ର ନେତା ପ୍ରଣୟ ବିଜେଡି ରେ ସାମିଲ ହେଇଥିଲେ I ଯାହାକୁ ନେଇ ଖବର ପ୍ରସାରଣ ପାଇଁ ସମସ୍ତ ଗଣମାଧ୍ୟମ କୁ ଡକାଯାଇଥିଲା I କିନ୍ତୁ ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ମହିଳା ସାମ୍ବାଦିକ ଅର୍ଚ୍ଚନା ଶତପଥୀ ଙ୍କୁ ହଟହଟା ହେବାକୁ ପଡିଥିଲା I ଦାୟିତ୍ୱ ରେ ଥିବା ସୁରକ୍ଷାକର୍ମୀ ମହିଳା ସାମ୍ବାଦିକା ଙ୍କୁ ଛାଡ଼ିନଥିଲେ ନବୀନ ନିବାସ ଭିତରକୁ ,ଏବଂ ଉତ୍ତର ରଖିଥିଲେ କି ଉପରୁ ନିର୍ଦେଶ ଅଛି ଓଟିଭି କୁ ନ ଛାଡିବାକୁ I

ତେବେ ଏନେଇ ସାମ୍ବାଦିକା ଜଣଙ୍କ କାରଣ ଜାଣିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ରୋକଠୋକ ଶୁଣାଇଦିଆଯାଇଥିଲା ଯେ ସେମାନେ କିଛି ଜାଣିନାହାନ୍ତି କେବଳ ଉପରୁ କୁହାଯାଇଛି ଓଟିଭି ଯେପରି ଭିତରକୁ ନପଶେ I ତେବେ କଥା ଉଠିଛି କିଏସେ ମନା କରିଥିଲେ ଓଟିଭି କୁ ଭିତରକୁ ପ୍ରବେଶ ନକରାଇଦେବାକୁ ?

ନିଜେ ନବୀନ ବାବୁ ନା ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ?? ନା ଆଉ କେହି ?? ଏହାକୁ ନେଇ ବୁଦ୍ଧିଜୀବୀ ମାନେ ତୀବ୍ର ନିନ୍ଦା କରିଛନ୍ତି I ଓଟିଭି ପରି ଏକ ନମ୍ବର ଚାନେଲ କୁ ନବୀନ ନିବାସ ଭିତରକୁ ପୁରାଇ ନଦେଇ କଣ ବାର୍ତା ଦେବାକୁ ଚାଁହୁଛନ୍ତି ନବୀନ ବାବୁ ?? ଗଣମାଧ୍ୟମ ର କଣ୍ଠରୋଧ ??

ସୂଚନା ଥାଉ କି ବୈଜୟନ୍ତ ବିଜେଡି ରୁ ଇସ୍ତଫା ଦେବା ପରେ ଓଟିଭି ଏକତରଫା ଖବର ପ୍ରସାରଣ କରୁଥିବା ଅଭିଯୋଗ କରି ବିଜେଡି ନେତା ଓଟିଭି କୁ ବୟକଟ କରିଥିଲେ ଏବଂ ନିକଟ ରେ ହକି ଖେଳରେ ଟିକେଟ ଦୁର୍ନୀତି ର ପର୍ଦାଫାଶ ପରେ କ୍ରୀଡା ସଚିବ ବିଶାଳ ବାବୁ ଓଟିଭି ସାମ୍ବାଦିକ ଙ୍କୁ କୋଠରୀ ରୁ ବିଦା କରିବା ସହିତ ବୁମ ଠେଲିଦେଇ ଥିଲେ I

ନବୀନ ନିବାସ ଭିତରକୁ ଓଟିଭି ସାମ୍ବାଦିକା ଙ୍କୁ ପୁରାଇ ନଦେବା ଘଟଣାରେ ନ୍ୟୁଜ୍‌ ବ୍ରଡକାଷ୍ଟର୍ସ ଆସୋସିଏସନ (NBA) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଗଣମାଧ୍ୟମ ର ସ୍ୱାଧୀନ ମତବ୍ୟକ୍ତ ଏବଂ ଖବର ପ୍ରସାରଣ ଉପରେ ଅଙ୍କୁଶ ନଲଗାଇବାକୁ ଅନୁରୋଧ କରିଛନ୍ତି I (N.B: Picture Credit:OTV)

Leave a Reply

Your email address will not be published. Required fields are marked *