ହରିୟାଣାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କି ଟ୍ରାଫିକ ନିୟମ ଭାଙ୍ଗିବା ଦ୍ବାରା ଟ୍ରାଫିକ ପୋଲିସଙ୍କ ତରଫରୁ ମିଳୁଛି ଫୁଲ ଆଉ ଚକୋଲେଟ୍।ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ୍ୟ।
ସବୁଠୁ ଖାସ୍ କଥା ହେଲା ପୁଲିସ ଫୁଲ ଏବଂ ଚକୋଲେଟ୍ ବାଣ୍ଟୁଥିବା ବେଳେ ମହିଳା ଟ୍ରାଫିକ ପୋଲିସଙ୍କ ସ୍ବାମୀ ବିନା ହେଲମେଟ ରେ ସେହି ରାସ୍ତା ଦେଇ ଯାଉଥିଲେ।
ମହିଳା ପୋଲିସ ତାଙ୍କୁ ଅଟକାଇବା ସହ ଫୁଲ ଆଉ ଚକୋଲେଟ୍ ଦେଇଥିଲେ।ଏହା ସହ ଏଠାରେ ଫୁଲ ଏବଂ ଚକୋଲେଟ୍ ଦେଇଛି।ଆର ଥର ଏପରି ଭୁଲ୍ କଲେ ଚାଲାଣ କାଟିବି କହି ନିଜ ସ୍ବାମୀଙ୍କୁ ଛାଡିଦେଇଥିଲେ।ମହିଳା ପୁଲିସ କର୍ମଚାରୀ ଜଣକ ନିଜ ସ୍ବାମୀଙ୍କୁ ଫୁଲ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।