6ବର୍ଷର ବାଳକ ଏକୁଟିଆ ସ୍କୁଲ ଯାଉଥିଲା ବାଟରେ କୁକୁର ପଲ ଖିନଭିନ୍ କରି ଝୁଣି କି ମାରିଦେଲେ: ମୟୂରଭଞ୍ଜ ରେ

ଯଦି ଆପଣ ନିଜ ଛୋଟ ପିଲାକୁ ବାହାରକୁ ଏକାକୀ ଛାଡ଼ୁଛନ୍ତି କି ?? ତେବେ ଏବେଠୁ ସାବଧାନ ହେଇଯାଆନ୍ତୁ I କାହିଁକିନା ଛୋଟ ପିଲା ସହିତ କିଛି ବି ଅଘଟଣ ଘଟିପାରେ I ଯେମିତି କି ଏକ ହୃଦୟ ବିଦାରକ ଘଟଣା ଘଟିଛି
ମୟୂରଭଞ୍ଜ ଜିଲ୍ଲା ବାଲିସୁତୁରା ଗାଁରେI 6ବର୍ଷର ପ୍ରଥମ ଶ୍ରେଣୀର ଛାତ୍ର ସବୁଦିନ ପରି ଚାଲି ଚାଲି ସ୍କୁଲ ଯିବା ବାଟରେ ଏକ ବୁଲା କୁକୁର ଦଳ ଙ୍କ କବଳ ରେ ପଡିଯାଇଥିଲା I କୁକୁର ମାନେ ତାକୁ ଗୋଡ଼ାଇଥିଲେ I

ପାଖରେ କେହି ନଥିବାରୁ ଜୀବନ ବଞ୍ଚାଇବାକୁ ବିଲ ଆଡେ ଦୌଡ଼ି ଥିଲା ପିଲାଟି ,ତେବେ ସେଠାରେ କୁକୁର ଦଳ ତାକୁ ଟାଣି ଓଟାରି ଝୁଣି ମାରି ଦେଇଛନ୍ତି I ଘଟଣା ସମ୍ପର୍କ ରେ ଜଣାପଡିବା ପରେ ପୋଲିସ ପହଁଚି ତଦନ୍ତ କରିବା ସହିତ ଶବ କୁ ଜବତ କରିଛି I ବାଳକ ଟିର ନାମ ରିଙ୍କୁ ମହାରଣା।

Leave a Reply

Your email address will not be published. Required fields are marked *