ଆସନ୍ତା ୩୧ରେ ଓଡ଼ିଶା ଆସିବେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ଵାଲ:ନବୀନ ଙ୍କୁ ଭେଟିବେ

ଓଡିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ଵାଲ। ଆସନ୍ତା 31ତାରିଖ ରେ ଓଡିଶା ରେ ପହଁଚିବା ପରେ ଲୋୟର ପିଏମଜି ରେ ସମୟ ଦିନ 1ଟା ରେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବେ I ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି I ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସହିତ କିଛିସମୟ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି Iଆସନ୍ତା 31ତାରିଖ ଦିନ ନବୀନ ଙ୍କ ସହିତ ଅରବିନ୍ଦ ଙ୍କ ଆଲୋଚନା କୁ ନେଇ ଏବେଠୁ ରାଜନୈତିକ ମହଲରେ ଚର୍ଚା ଧରିବାରେ ଲାଗିଛି I

ଅନ୍ୟପଟେ କଂଗ୍ରେସ ରୁ ବିଦା ହେଇଥିବା ଶ୍ରୀକାନ୍ତ ଜେନା ଆପ୍‌ ରେ ଯୋଗଦେଇ ଓଡିଶା ମଙ୍ଗ ଧରିବେ ବୋଲି ଚର୍ଚା ଚାଲିଛି ଯଦିଓ ଏନେଇ ଶ୍ରୀକାନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି I ତେବେ ବିଶ୍ୱସ୍ତ ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ଶ୍ରୀକାନ୍ତ ଆପ୍‌ ରେ ଯୋଗ ଦେଇପାରନ୍ତି I

Leave a Reply

Your email address will not be published. Required fields are marked *