2019 ନିର୍ବାଚନ ଜିତିବାକୁ ନବୀନ ଙ୍କ ନୂଆ ପ୍ଲାନ :ଯେ କେହି ବି ମୁଖ୍ୟମନ୍ତ୍ରୀ ଙ୍କ ସହିତ ସେଲ୍ଫି ନେଇପାରିବେ

ଲଗାତାର 19ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ଙ୍କ ଲୋକପ୍ରିୟତା ଢେର ଅଧିକ I ତେବେ ୟା ମଧ୍ୟରେ ସମୟ ବଦଳିଗଲାଣି I ସର୍ପ ଏକ୍ସସେଲ ଭଳି ଧୋବ ଫର ଫର କୁର୍ତା ରେ ଦୁର୍ନୀତି ର ଛିଟା ପଡ଼ିଲାଣି I ଦଳରୁ ଦୁର୍ନୀତି ବିରୋଧରେ କହି ବୈଜୟନ୍ତ ଛାଡି ଚାଲିଯାଇଛନ୍ତି ତ ଦାମ ଙ୍କୁ ବିଦା କରାଯାଇଛି I ବିରୋଧୀ ମଧ୍ୟ ଆଗପରି ଯଥେଷ୍ଟ ସବଳ ହେଇଗଲେଣି I ନିକଟରେ ପଂଚାୟତ ନିର୍ବାଚନ ରେ କଡା ଟକ୍କର ଦେଇଥିଲା ବିରୋଧୀ ବିଜେପି I

ଦଳରେ ବିଶୃଙ୍ଖଳା ଲାଗି ରହିଛି ୟା ପାଖେଇ ଆସୁଛି ଆଗାମୀ ନିର୍ବାଚନ 2019 I ଲୋକପ୍ରିୟ ନେତାଙ୍କୁ ଏବେ ଘାରିଛି ବିଜୟ ର ମୋହ I କଳେବଳେ ଆଗାମୀ ନିର୍ବାଚନ ଜିତିବାକୁ ଚାଁହୁଛନ୍ତି ଶଙ୍ଖପତି I ସେଥିପାଇଁ ଦୀର୍ଘ 19ବର୍ଷ ଭିତରେ ଓଡ଼ିଆ ଶିଖିପାରିନଥିବା ତଥା ଅନ୍ୟବେଳେ ଭେଟ ମିଳୁନଥିବା ବେଳେ ଏବେ ଘରେ ଘରେ ନବୀନ କାର୍ଯ୍ୟକ୍ରମ ଆୟୋଜନ ହେବ I ସମସ୍ତଙ୍କ ସହିତ ସେଲ୍ଫି ନେବେ ନବୀନ I ସେଲଫି ୱିଥ୍ ସିଏମ୍ ଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ ହେଇଛି I

ଯେଉଁଥିରେ ଯେ କେହି ବି ମୁଖ୍ୟମନ୍ତ୍ରୀ ଙ୍କ ସହିତ ସେଲ୍ଫି ନେଇପାରିବେ I ଆଜି ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ ୨୦୧୯ ରେ ଏହି ନିଆରା କାର୍ଯ୍ୟକ୍ରମ ଘୋଷଣା କରିବା ସହିତ ନିଜେ ମୁଖ୍ୟମନ୍ତ୍ରୀ ସେଲ୍ଫି ନେଇଛନ୍ତି I ପ୍ରାଥମିକ ପର୍ଯ୍ୟାୟରେ ଏହା ବଲାଙ୍ଗିର,ମୟୁରଭଞ୍ଜ, କଳାହାଣ୍ଡିଏବଂ ସୁନ୍ଦରଗଡ଼ରେ ଖୁବ ଶୀଘ୍ର ଆୟୋଜନ କରାଯିବ

Leave a Reply

Your email address will not be published. Required fields are marked *