ନବୀନ ଓଡିଶାର ହିରୋ ହୋଇପାରନ୍ତି କିନ୍ତୁ ଝାରସୁଗୁଡାରେ ଜିରୋ ସେଥିପାଇଁ କଂଗ୍ରେସ ରୁ ନବଙ୍କୁ ନେଇଛନ୍ତି

କଂଗ୍ରେସ ର ବରିଷ୍ଠ ନେତା ତଥା ଝାରସୁଗୁଡା ବିଧାୟକ ନବ ଦାସ ଗତକାଲି ବିଜେଡି ରେ ଯୋଗ ଦେବା ପରେ ରାଜନୀତି ପାଣିପାଗ ଜୋର ଧରିଛି I ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପରେ ଶଙ୍ଖ ଫୁଙ୍କିଥିଲେ ନବ ଏହାକୁ ନେଇ ନବୀନ ଙ୍କ ଉପରେ ବର୍ଷିଛନ୍ତି ବିଜେପି ର ବରିଷ୍ଠ ନେତ୍ରୀ ତଥା ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା I ରାଜ୍ୟସାରା
ଆୱାର ସିଏମ, ଆୱାର ହିରୋ ପୋଷ୍ଟର ରେ ଛାଇଯାଇଥିବା ବେଳେ ରାଧାରାଣୀ କହିଛନ୍ତି କି ମୁଖ୍ୟମନ୍ତ୍ରୀ ଓଡ଼ିଶାର ହିରୋ ହେଇପାରନ୍ତି କିନ୍ତୁ ଝାରସୁଗୁଡ଼ାରେ ଲୋକଙ୍କ ଭଲପାଇବା ତାଙ୍କ ସହିତ ନାହିଁ ସେ ଏଠାରେ ଜିରୋ I ଝାରସୁଗୁଡ଼ାରେ ବିଜେଡି ର ଉପସ୍ଥିତି ନଥିବାରୁ ନବଙ୍କୁ ନିଜ ଦଳରେ ସାମିଲ କରାଇ ପତିଆରା ବଢାଇବାକୁ ଚାଁହୁଛନ୍ତି ଯାହାକୁ ଆଗାମୀ ଦିନରେ ସାଧାରଣ ଲୋକେ ପ୍ରତ୍ୟାଖାନ କରିବେ I

Leave a Reply

Your email address will not be published. Required fields are marked *