ବିବାହ ବନ୍ଧନ ରେ ବାନ୍ଧିହେବେ ଅଭିନେତ୍ରୀ ଏଲି ପାଢ଼ୀ I

ଏଲିଙ୍କୁ ତାଙ୍କ ପସନ୍ଦର ଜୀବନସାଥୀ ମିଳିଯିବା ପରେ 22ତାରିଖ ରେ ନିର୍ବନ୍ଧ ସରିଯାଇଛି ଏବଂ ଆଜି ତାଙ୍କ ବିବାହ I ପିଲାଦିନର ବନ୍ଧୁ ଶ୍ରୀମୟ କୁମାର ପଣ୍ଡାଙ୍କ ସହିତ ଏଲିଙ୍କ ଶୁଭ ପରିଣୟ ହେବାକୁ ଯାଉଛି I ଉଭୟ ସିନେମା ଏବଂ ଧାରାବାହିକ ରେ ଏଲିଙ୍କ ବେଶ ଲୋକପ୍ରିୟତା ରହିଥିବା ବେଳେ ଓଡିଶା ବେଷ୍ଟ ଡ୍ରାମେବାଜ ର ଆଙ୍କର ଭାବେ ଘରେ ଘରେ ପରିଚିତ ହେଇପାରିଥିଲେ ଏଲି I ଏହା ସହିତ ତରଙ୍ଗ ମ୍ୟୁଜିକ ରେ ପ୍ରସାରିତ ‘କିଏ ଜିତେ କିଏ ହାରେ’ ରେ ନିଜର ସ୍ୱତନ୍ତ୍ର ଉପସ୍ଥାପନା ପାଇଁ ସମସ୍ତଙ୍କର ହୃଦୟ ଜିତିପାରିଛନ୍ତି ଏଲି I ଏଲି ଙ୍କ ବୈବାହିକ ଜୀବନ ଶୁଭମୟ ହେଉ ଓଡିଶା ଏକ୍ସକ୍ଲୁସିଭ ପରିବାର ତରଫରୁ ଏଲିଙ୍କୁ ଶୁଭେଚ୍ଛା ସହିତ ଅଭିନନ୍ଦନ I

Leave a Reply

Your email address will not be published. Required fields are marked *