ମୁଁ ମୋଦିଙ୍କ ଭଳି ମିଛ କହିବା ଶିଖିନି ,ପ୍ରତିଶୃତି ଦେଉଛି ପାଳନ କରିବି : ରାହୁଲ ଗାନ୍ଧୀ

ଓଡିଶା ଗସ୍ତରେ ଆସି ଫେରିଯାଇଛନ୍ତି ରାହୁଲ I ତେବେ ଓଡିଶା ବାସୀଙ୍କ ପାଇଁ ଗୁଡ଼ାଏ ପ୍ରତିଶୃତି ଦେଇ ଯାଇଛନ୍ତି I ଯଦି ଆଗାମୀ ନିର୍ବାଚନ ରେ କଂଗ୍ରେସ କ୍ଷମତା କୁ ଆସେ ତେବେ ରାଜସ୍ତାନ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ପରି ଦୁଇ /ତିନି ଦିନ ମଧ୍ୟରେ ରାଜ୍ୟରୁ କୃଷିରୁଣ ଛାଡ଼ କରାଯିବ I ସୂଚନା ଥାଉ କି ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ସମାନ ପ୍ରତିଶୃତି ଦେଇ ନିର୍ବାଚନ ଲଢ଼ିଥିଲା ଏବଂ ବିଜୟ ପରେ ସରକାର ଗଠନ ର ମାତ୍ର 24ଘଣ୍ଟା ପରେ କୃଷି ଋଣ ଛାଡ଼ କରିଥିଲା I କୃଷିକୁ ପ୍ରIଧ୍ୟାନ୍ୟ ଦେଇଥିବା ବେଳେ ବେକାରୀ ଯୁବଗୋଷ୍ଠୀ ଙ୍କୁ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ନିଯୁକ୍ତି ଏବଂ ଖାଲି ପଡିଥିବା ପଦବୀ ଗୁଡିକୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେଇଥିଲେ I ‘ଓଡ଼ିଶାର ଲୋକ ମାନଙ୍କ ପାଇଁ ବିକାଶ ନିହାତି ଭାବରେ କଂଗ୍ରେସ କରିବ ଏ ପ୍ରତିଶୃତି ଦେଇଛନ୍ତି ରାହୁଲ I ମୋଦିଙ୍କ ପରି ସେ ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୁତେଇବାକୁ ଚାଁହୁନାହାନ୍ତି I ଯାହା ବି ପ୍ରତିଶୃତି ଦେବେ କାମରେ କରି ଦେଖାଇବେ I

Leave a Reply

Your email address will not be published. Required fields are marked *