କଂଗ୍ରେସ କର୍ମୀ ବୋଲି କାଳିଆ ଯୋଜନାରେ ଲାଭ ମିଳିବନି ଓଲଟା ପିଟିକି ଥାନାରେ ମିଥ୍ୟା ଏତଲା ଦେଲେ

ସବୁଆଡେ ଚାଲିଛି କାଳିଆ ଯୋଜନା ର ଚର୍ଚ୍ଚା I ଘନ ଘନ ପ୍ରଚାର କରାଯାଉଛି I ଚାଷୀଙ୍କ ପାଇଁ ଯୋଜନା I ଯୋଜନାର ଟ୍ୟାଗ ଲାଇନ ବି ରହିଛି I ଚାଷୀ କଲେ ଉର୍ନତି ସକଳ ଉର୍ନତ I ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚାଷୀଙ୍କ ଆକାଉଣ୍ଟସ କୁ ପଇସା ମଧ୍ୟ ଆସିଗଲାଣି I ତେବେ ସତରେ କଣ ଏହି ଯୋଜନାରେ ଚାଷୀ ଉପକୃତ ହେଉଛନ୍ତି ?? ନା ଏହା କେବଳ ନିର୍ବାଚନୀ ପାଇଁ ଦଳୀୟ କର୍ମୀଙ୍କୁ ସନ୍ଟୁଷ୍ଟକରଣ ??

ଏପରି ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଉଠିଛି I ତେବେ ଏମିତି ଏକ ଘଟଣା ଘଟିଛି ଯାହାକି ବାଧ୍ୟ କରୁଛି ମାନିନେବାକୁ ଏହି ଚର୍ଚା କୁ I ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନଡ଼ିଆଳିରେ I କାଳିଆ’ ବାବଦରେ ବୁଝିବାକୁ ଯାଇଥିବା ଜଣେ ଚାଷୀଙ୍କୁ ସେଠାରେ ଉପସ୍ଥିତ କିଛି ଲୋକ ଗାଳିଗୁଲଜ କରିଥିଲେ ତୁମେ କଂଗ୍ରେସ ଦଳର ତେଣୁ ତୁମର ଏହି ଯୋଜନାରେ ଫାଇଦା ମିଳିବ ନାହିଁ ,ତୁମ ନାମ କଟିଗଲା I

କେବଳ ଏତିକି ନୁହେଁ ତାଙ୍କୁ ଗାଳିଗୁଲଜ କରି ମାଡ ମାରି ତାଙ୍କ ମୁଣ୍ଡ ଫଟାଇଦେଇଛନ୍ତି I ଚାଷୀ ଜଣଙ୍କ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅପରପକ୍ଷ ମାଡ ମାରି ଥାନାରେ ଓଲଟା ଏତଲା ଦେଇଛନ୍ତି I

Leave a Reply

Your email address will not be published. Required fields are marked *