କାମାକ୍ଷାନଗର – କ୍ଷମତାଶାଳୀ ମନ୍ତ୍ରୀ ଙ୍କ ନିର୍ବାଚନମଣ୍ଡଳୀ ଉନ୍ନତିଶୂନ୍ୟ ।

କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରାଜ୍ୟର ସବୁଠାରୁ କ୍ଷମତାଶାଳୀ ରାଜନେତା ମାନଙ୍କ ମଧ୍ୟରୁ ଜଣେ ବୋଲି ଗଣାଯାଉଥିଲେ ମଧ୍ୟ ଗତ ୧୫ ବର୍ଷ ହେଲା କ୍ଷମତାରେ ରହି ନିର୍ବାଚନମଣ୍ଡଳୀ ପାଇଁ କୋଣସି ଆଖିଦୃଶିଆ ଉନ୍ନତି କରାଇ ନପାରିଥିବା ଜଳ ଜଳ ଦିଶେ । ନିର୍ବାଚନ ମଣ୍ଡଳୀରେ ଯାହା ବି ହେଇଛି ତାହା କେବଳ ସରକାରଙ୍କ ଗତାନୁଗତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ କେବଳ ବିଧାୟକ ଅନୁଦାନ ପାଣ୍ଠିରୁ କୋଠଘର, ଭାଗବତଘର, କ୍ଲବ ଘର ବାଣ୍ଟିବା ଛଡା ବିଧାୟକଙ୍କର ଅନ୍ୟ କୋଣସି ଉନ୍ନତିମୂଳକ କାମ ନଜରକୁ ଆସେନି । କାମାକ୍ଷାନଗର ରୁ ଭୂବନ ରାସ୍ତା ୨୦ ବର୍ଷ ତଳେ ଯାହା ଥିଲା ଆଜିବି ତାହା ଅଛି । କାମାକ୍ଷାନଗର ଓ ଭୂବନ ଏନ ଏ ସି ରେ କୋଣସି ଭିତ୍ତିଭୂମି ର ବିକାଶ ଦୃଶ୍ୟମାନ ହୁଏନି । ପଞ୍ଚାୟତ ଆଲୋକିକରଣ ବ୍ୟବସ୍ଥା ଅନ୍ତର୍ଗତ ଯୋଜନାରେ ଷ୍ଟ୍ରିଟ୍ ଲାଇଟ ଓ ହାଇମାକ୍ସ ଲାଇଟ୍ କାଁ ଭାଁ କେତେଟା ପଞ୍ଚାୟତରେ ଲାଗିଛି ।

ସ୍ବାସ୍ଥ୍ୟ।ସେବା କ୍ଷେତ୍ରରେ ବି କାମାକ୍ଷନଗର ଓ ଭୂବନ ବହୁ ପଛରେ। ଜିରାଳ, ଭୂବନ ଓ କାମାକ୍ଷନଗରର କୋଣସି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ରହୁ ନଥିବାରୁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠିକାର ଲୋକଙ୍କୁ ସୁଦୁର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ବା କଟକ ବଡ଼ ଡ଼ାକ୍ତରଖାନା ଉପରେ ନିର୍ଭର ହେବାକୁ ପଡୁଛି ।ଏ ଅଞ୍ଚଳ ଆଉ ଏକ ବଡ଼ ସମସ୍ୟା ହେଉଛି ବେରୋଜଗାରୀ ।

ଖଣିଜ ସମ୍ପଦରେ ଭରପୁର ଏହି ନିର୍ବାଚନମଣ୍ଡଳୀ ର ବିଧାୟକ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ରେ ଅଧିଷ୍ଠିତ ଥିଲେ ମଧ୍ୟ ନିର୍ବାଚନମଣ୍ଡଳୀରେ ଗୋଟେ ବି ଲଘୁ, ମଧ୍ୟମ ବା ବୃହତ ଶିଳ୍ପ ସ୍ଥାପନ କରି ନପାରିବା ଏ ଅଞ୍ଚଳର ଯୁବକ ମାନଙ୍କର ରୋଜଗାର ସୃଷ୍ଟି ତାଙ୍କର ନକାରତ୍ମକ ଅଭିମୁଖ୍ୟ କୁ ଦୃଶ୍ୟମାନ କରାଏ ବୋଲି ଆଲୋଚନା ହୁଏ

।ଉନ୍ନତି ତ ଯାହା ହେଲା ନହେଲା ଅଲଗା କଥା, ମାତ୍ର ଏ ଅମଳରେ କାମାକ୍ଷାନଗର ରାଜନୈତିକ ଅପରାଧ, ହତ୍ୟା, ଡ଼କାୟତିର ଚରାଭୂଇଁ ବୋଲି ରାଜ୍ୟରେ କୁଖ୍ୟାତି ଅର୍ଜନ କରିବା ଏଠାକାର ବାସିନ୍ଦାଙ୍କୁ ସବୁଠାରୁ ଅଧିକ ବ୍ୟଥିତ କରିଛି

।ଏ ସବୁ ତଥ୍ୟ ଗୁଡିକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ବାରି ହୁଏ କି କାମାକ୍ଷାନଗର ର ଉନ୍ନତି ପାଇଁ ଜନସାଧାରଣ ଜଣେ ସଚ୍ଚୋଟ, ଅନୁଭବୀ, ଶିକ୍ଷିତ ଓ କର୍ମଠ ନେତାର ଆବଶ୍ୟକତାକୁ ଆନୁଭବ କଲେଣି ଯିଏ କି ଅପରାଧିକ କୁଖ୍ୟାତିରୁ ଆଞ୍ଚଳକୁ ପରିବର୍ତ୍ତନ କରି ଭାଇଚାରାର ନିଦର୍ଶନ କରେଇପାରିବ ।ରାଜନୈତିକ ଦଳ ମାନେ ଖାସ୍ କରି ସରକାରୀ ଦଳ ସେହି ମାନଦଣ୍ଡ ରେ ପ୍ରାର୍ଥୀ ଚୟନ କରି ଏଠାରୁ ଟିକଟ ଦେଇ ବିଧାୟକ କରାଇଲେ ଜନ ସାଧାରଣ ଉପକୃତ ହୋଇପାରନ୍ତେ । ଅନ୍ୟଥା ଯଥା ପୂବଂ, ତଥା ପରଂ ।

Leave a Reply

Your email address will not be published. Required fields are marked *