ବିଜୁ ବାବୁ ପ୍ରବାଦ ନୁହେଁ ‘ବିବାଦ ପୁରୁଷ’ ଥିଲେ କିନ୍ତୁ ତାଙ୍କୁ ଭାରତରତ୍ନ ଦିଆଯାଉ : ତାରା ବାହିନୀପତି

ବିଜୁ ପଟନାୟକ ଓଡିଶା ପାଇଁ ବହୁତ କିଛି କରିଛନ୍ତି I ଓଡ଼ିଶାର ଘରେ ଘରେ ସେ ଲୋକପ୍ରିୟ ହେଇପାରିଛନ୍ତି I କେବଳ ଓଡିଶା ନୁହେଁ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ସୁଖ୍ୟାତି ରହିଛି I ଯେମିତି ବି ସମସ୍ୟା ଆସୁ ସେ ସମାଧାନ କରିପାରନ୍ତି ସେଥିପାଇଁ ତ ତାଙ୍କୁ ଝଡର ଇଗଲ କୁହାଯାଏ I ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତରତ୍ନ ଦିଆଯିବା ପାଇଁ ଦଳମତ ନିର୍ବିଶେଷ ରେ ସମସ୍ତେ ଚାତକ ଭଳି ଅପେକ୍ଷା କରିଛନ୍ତି I ନିକଟରେ ବିଜୁବାବୁ ଙ୍କୁ ଭାରତରତ୍ନ ଦିଆନଯାଇ ତାଙ୍କ ଝିଅ ଗୀତା ମେହେଟା ଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯିବା ପରେ ରାଜନୈତିକ ଚର୍ଚା ଜୋର ଧରିଛି I

ତେବେ ବିଜୁ ବାବୁଙ୍କ ସମ୍ପର୍କ ରେ କଂଗ୍ରେସ ମୁଖ୍ୟ ସଚେତକ ତାରାବାହିନୀ ପତି କହିଛନ୍ତି ଯେ ବିଜୁବାବୁ ପ୍ରବାଦ ପୁରୁଷ ନୁହେଁ ଓଡ଼ିଶାର ବିବାଦ ପୁରୁଷ ଥିଲେ I ତାଙ୍କ ସମୟରେ ସେ ସବୁଠାରୁ ଚର୍ଚିତ ବିବାଦୀୟ ଥିଲେ ଯାହାକି ସମସ୍ତଙ୍କୁ ଜଣା I କିନ୍ତୁ ତାଙ୍କ ନାମରେ ଦଳ ଗଢି ପୁଅ ନବୀନ ମୁଖ୍ୟମନ୍ତ୍ରୀ ହେଵା ପରେ ବିବାଦୀୟ ବିଜୁବାବୁଙ୍କୁ ପ୍ରବାଦ ପୁରୁଷ ସଜେଇଦେଇଛନ୍ତି

Leave a Reply

Your email address will not be published. Required fields are marked *