ତୁଳସୀ ପତ୍ର କୁ ଏପରି ବ୍ୟବହାର ଦ୍ୱାରା ଜୀବନ ସାରା ମୁଣ୍ଡରେ ଉକୁଣୀ ସମସ୍ୟା ଦୂରେଇଯିବ I

କେଶ ରେ ମଇଳା ହେଲେ,ଓଦା ହେଲେ ବା ଝାଳ ବୋହିଲେ ରୁପି ସହିତ ଉକୁଣୀ ହେଇଥାଏ I ଉକୁଣୀ ଏମିତି ଏକ ପୋକ ଯିଏକି ମୁଣ୍ଡରୁ ରକ୍ତ ଖାଇଥାଏ ଏବଂ ଚୁଟିରେ ନିଜ ବଂଶ ବିସ୍ତାର କରିଥାଏ I ମୁଣ୍ଡରେ ଉକୁଣୀ ହେବା ଦ୍ୱାରା ଅନ୍ୟମାନଙ୍କ ଆଗରେ ଅପମାନିତ ହେବାକୁ ପଡିଥାଏ I ମୁଣ୍ଡରୁ ଉକୁଣୀ ଦୂରେଇବା ପାଇଁ ବଜାରରେ ବହୁ ସାମଗ୍ରୀ ମିଳିଥାଏ ତଥାପି ଏହାଦ୍ୱାରା ବେଳେବେଳେ ଉକୁଣୀ ଦୂରେଇନଥାନ୍ତି I

ଓଲଟା ରାସାୟନିକ ସାମଗ୍ରୀ ର ବ୍ୟବହାର ରେ ଚୁଟି ଖରାପ ହେଇଥାଏ I ତେବେ ଆଜି ଚାଲନ୍ତୁ ଜାଣିବା ପ୍ରାକୃତିକ ଉପାୟରେ କିପରି ମୁଣ୍ଡରୁ ଉକୁଣୀ ଶେଷ କରିହେବ I ଏଥିପାଇଁ ଆବଶ୍ୟକ ମାତ୍ର 10/15ଟି ତୁଳସୀ ପତ୍ର ଏବଂ ଏକ ଫାଳ ଲେମ୍ବୁ I

ସାଧାରଣତଃ ତୁଳସୀପତ୍ର ଆମପାଇଁ ଅନେକ ଦରକାରୀ ହେଇଥାଏ I ତୁଳସୀ ପତ୍ରରେ ଥାଇମଲ ତତ୍ୱ ରହିଥାଏ ଯାହାକି କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେଇଥାଏ ସେହିପରି ଲେମ୍ବୁରେ ଥିବା ବିଭିର୍ଣ୍ଣ ଭିଟାମିନ କେଶ ପାଇଁ ଫାଇଦା ଆଣିଥାଏ I ଯଦି ମୁଣ୍ଡରେ ଉକୁଣୀ ହେଇଥାଏ ତେବେ 10/15ଟି ତୁଳସୀ ପତ୍ରର ରସ ନେଇ ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ

I ଏହି ମିଶ୍ରଣ କୁ ରାତ୍ରି ସମୟରେ ଶୋଇବା ବେଳେ ଭଲକି ମୁଣ୍ଡରେ ମାଲିସ କରନ୍ତୁ I ସକାଳୁ ହାଲକା ଉଷୁମ ପାଣିରେ ଚୁଟି ଧୋଇଦିଅନ୍ତୁ I ସପ୍ତାହ କୁ ମାତ୍ର ଦୁଇଥର ଭାବରେ ଏକ ମାସ ପର୍ଯ୍ୟନ୍ତ ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ମୁଣ୍ଡରୁ ଉକୁଣୀ ଶେଷ ହେଇଯାଇଥାଏ ଏବଂ କେଭେଁବି ଉକୁଣୀ ହେଇନଥାଏ I

Leave a Reply

Your email address will not be published. Required fields are marked *