ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ କଲେ ବାଣୀବିହାର ପୂର୍ବତନ ଛାତ୍ର ନେତା :ରାଜନୈତିକ ଦଳରେ ଥିବାରୁ ପୋଲିସ ଛାଡିଦେଲା

ଗଣତନ୍ତ୍ର ଦିବସ ରେ ସମାଜର ଚତୁର୍ଥ ସ୍ତମ୍ଭ ତଥା ଜାଗ୍ରତ ପ୍ରହରୀ ସାମ୍ବାଦିକ ଙ୍କୁ ମାଡ ତାହା ପୁଣି ଦିନ ଦି ପହରେ ସିନେମା ହଲ ଭିତରେ I ମିଳିଥିବା ସୂଚନା ଅନୁଯାଇ ମହାରାଜା ସିନେମା ହଲ ରେ ପ୍ରମେୟ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଗତକାଲି ସିନେମା ଦେଖିବାକୁ ଯାଇଥିଲେ I ତେବେ ସିନେମା ଦେଖୁଥିବା ସମୟରେ ସେଠାରେ ଥିବା 4/5ଜଣ ଯୁବକ ହୋ ହାଲ୍ଲା କରିବା ସହିତ ଯୁବତୀ ମାନଙ୍କୁ ଅଶାଳୀନ ଭାଷାରେ କମେଣ୍ଟସ ମାରୁଥିଲେ I ଯାହାକି ସହ୍ୟ କରିପାରିନଥିଲେ ସାମ୍ବାଦିକ ଜଣଙ୍କ I

ଏହାର ବିରୋଧ କରି ଯୁବକ ମାନଙ୍କୁ ଚୁପ ରହିବାକୁ କହିଥିଲେ କିନ୍ତୁ ଯୁବକ ମାନେ ସାମ୍ବାଦିକ ଙ୍କୁ ନିର୍ଘାତ ମାଡ ମାରିବା ସହିତ ଲହୁଲୁହାଣ କରିଦେଇଥିଲେ ଏବଂ ଧମକ ଦେଇଥିଲେ ଆମେ ହେଉଚୁ ଛାତ୍ର ନେତା ଆମର ଉପର ମହଲରେ ହାତ ଅଛି, ତମେ କଣ କରିପାରିବ କର I

ସାମ୍ବାଦିକ ଜଣଙ୍କ ସହିଦ ନଗର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଡାକି ପଚରାଉଚରା କରି ଛାଡି ଦେଇଛି I ସେଥିମଧ୍ୟରୁ ଜଣେ ବାଣୀବିହାର ପୂର୍ବତନ ଛାତ୍ର ନେତା ଏବଂ ତାଙ୍କର ରାଜନୈତିକ ଦଳ ସହିତ ଭଲ ସମ୍ପର୍କ ଥିବା ଜଣାପଡିଛି I ଯାହାଫଳରେ ରାଜନେତା ଙ୍କ ଚାପରେ ପୋଲିସ ନିରୁପାୟ ହେଇ ଛାଡିଦେଇଥିବା ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *