ଫେରିଲା CBI,ଅତନୁ ,ଅରୁଣଙ୍କୁ CBI ର ନୋଟିସ

ଦୀର୍ଘ ଦିନ ଧରି ହଜିଯାଇଥିବା CBI ଆଜି ପୁଣି ସକ୍ରିୟ ହେଇଉଠିଛି।ବହୁଚର୍ଚିତ ଚିଟଫଣ୍ଡ ସ୍କାମ ନେଇ ନୋଟିସ କରିଛି ଦୁଇ ହେବିଓଏଟ ନେତା ଅତନୁ ସବ୍ୟସାଚୀ ଓ ଅରୁଣ ସାହୁଙ୍କୁ । ଗୋଟେ ପଟେ ଓଡ଼ିଶାକୁ ଶାହା ଆସିବା ଓ CBI ନୋଟିସ କରିବା ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି।ଜଣେ ନେତାଙ୍କୁ ଗତ ୨୮ ତାରିଖରେ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା। ହେଲେ ସେ ହାଜର ହୋଇ ନଥିଲେ।

ଆଉ ଜଣେ ନେତାଙ୍କୁ ୩୦ ତାରିଖରେ ହାଜର ହେବା ଲାଗି ନୋଟିସ ଦିଆଯାଇଛି। ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍‌ କରିଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ତେବେ ପୂର୍ବରୁ ଏହି ଚିଟ୍‌ଫଣ୍ଡ ମାମଲାରେ କିଛି ବିଜେଡି ନେତା ଗିରଫ ହୋଇ ବେଲ୍‌ରେ ଆସିଥିବା ବେଳେ ଏକାଧିକ ନେତାଙ୍କୁ ଜେରା କରାଯାଇଛି।

Leave a Reply

Your email address will not be published. Required fields are marked *