ଗାଧୋଉ ନଥିବାରୁ ମୁଣ୍ଡ ସାରା ଉକୁଣୀ ମାଡିଗଲାରୁ ପତ୍ନୀଙ୍କୁ ଛାଡ଼ପତ୍ର ମାଗିଲେ ସ୍ୱାମୀ

ସାଧାରଣତଃ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ ମୋଟ କଳି ଝଗଡା ହେଇଥାଏ I ଏବଂ ବେଳେବେଳେ ଏହା ଉଗ୍ର ରୂପ ନେବାରୁ ଛାଡପତ୍ର ଯାଏଁ ମଧ୍ୟ କଥା ଯାଇଥାଏ I ତେବେ ନିକଟରେ ଏମିତି ଏକ ଘଟଣା ପାଇଁ ସ୍ୱାମୀ ସ୍ତ୍ରୀ କୁ ଛାଡପତ୍ର ଦେବାକୁ ଚାହିଁଛନ୍ତି ଯାହାକି ଆପଣ ଶୁଣିଲେ ହସି ହସି ଗଡ଼ିଯିବେ I ସ୍ତ୍ରୀ ଦୀର୍ଘ ଦିନ ଧରି ନ ଗାଧେଇବାରୁ ସ୍ୱାମୀ ତାଙ୍କ ଠାରୁ ଡିଭର୍ସ ଚାହିଁଛନ୍ତି I ଘଟଣା ଟି ବିହାରର ପାଟନା ମସୌଢ଼ି ଥାନା ଅଞ୍ଚଳର I ପ୍ରାପ୍ତ ସୂଚନା ଅନୁଯାଇ 26ବର୍ଷୀୟ କିଷାନ ବିବାହ ର ମାତ୍ର କିଛିଦିନ ପରେ ନିଜ ସ୍ତ୍ରୀ ଠାରୁ ଡିଭର୍ସ ଚାହିଁଥିଲେ I ଯେତେବେଳ ମାମଲାର ଶୁଣାଣି କରି ମହିଳା କମିଶନ ସ୍ୱାମୀ ଙ୍କ ଠାରୁ କାରଣ ଜାଣିବାକୁ ଚାହିଁଲେ ସ୍ୱାମୀଙ୍କ ଉତ୍ତର ଶୁଣି ସମସ୍ତେ ଆଚମ୍ବିତ ହେଇଗଲେ I ସ୍ୱାମୀଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ତ୍ରୀ ଘରର କୌଣସି କାର୍ଯ୍ୟ ଠିକ ସେ କରୁନି I

ଏହା ଛଡା ଭଲକି ଗାଧଉନାହିଁ ,ଦେହରୁ ଦୁର୍ଗନ୍ଧ ବାହାରୁଚି I ମୁଣ୍ଡ ନ ଧୋଇବା କାରଣରୁ ମୁଣ୍ଡ ସାରା ଉକୁଣୀ ହେଇଗଲେଣି I ଯେତେ କହିଲେ ମଧ୍ୟ ଉକୁଣୀ ସଫା କରୁନାହିଁ ସାମ୍ପ ଆଣିଦେଲେ ତାକୁ ଲୁଗା ସଫା କରିଦେଉଛି I ତେଣୁ ମୁଁ ତାଙ୍କ ଠାରୁ ଛାଡପତ୍ର ଚାଁହୁଛି I ଏହା ଶୁଣିବା ପରେ ମହିଳା କମିଶନ ସ୍ତ୍ରୀ ଏବଂ ଉଭୟ ସ୍ୱାମୀଙ୍କୁ ବୁଝାଇଥିଲେ I ଏକ ମାସ ସମୟ ଦେଇଥିଲେ I ନିର୍ଧାରିତ ସମୟ ମଧ୍ୟରେ ସ୍ତ୍ରୀ ଙ୍କ ସ୍ଵଭାଵ ନବଦଳିଲେ ଛାଡପତ୍ର କୁ ମଞ୍ଜୁରୀ ଦିଆଯିବ

Leave a Reply

Your email address will not be published. Required fields are marked *