କାଳିଆ ଯୋଜନାରେ ଦୁର୍ନୀତିର ମହା ଖୁଲାଶା :ନେତା ମନ୍ତ୍ରୀ ମାନେ କାଳିଆରେ ପାଇଛନ୍ତି 5000/-

କୃଷୀଙ୍କ ପାଇଁ କାଳିଆ I ସବୁଗରିବ ଚାଷୀ ମାନଙ୍କୁ କୃଷି ପାଇଁ ସହାୟତା ଦିଆଯିବା ପାଇଁ ସରକାର ଆରମ୍ଭ କରିଥିଲେ କାଳିଆ ଯୋଜନା I କିନ୍ତୁ ଆରମ୍ଭରୁ କାଳିଆ ରେ ଲାଗିଲାଣି କଳଙ୍କ I ଚାଷୀଙ୍କ ବଦଳରେ ନେତା ମନ୍ତ୍ରୀ ଙ୍କ ପରିବାର ଲୋକଙ୍କୁ ଯାଇଛି କାଳିଆ ଅର୍ଥ I ଯାହାର ଖୁଲାସା କରିଛି ଏକ ଘରୋଇ ଗଣମାଧ୍ୟମ I ତେବେ ଆସନ୍ତୁ ଜାଣିବା ଏହି ଯୋଜନାରେ କେଉଁ ମନ୍ତ୍ରୀ ଙ୍କ ପରିବାର ଫାଇଦା ପାଇଛନ୍ତି I 1) ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ପରିବାର ର ତିନି ତିନିଜଣ ଏହି ଯୋଜନାରେ ଲାଭ ପାଇଛନ୍ତି

I ପ୍ରଦୀପ ମହାରଥୀ ଙ୍କ ଭାଇ ପ୍ରସିଦ୍ଧ ମହାରଥୀ ଯାହାଙ୍କର ଡେଲାଙ୍ଗ ରେ ଏକ ମଦ କାଉଣ୍ଟର ଅଛି ସେ ବି କାଳିଆ ଯୋଜନାର ହିତାଧିକାରୀ I ପୁତୁରା ଶକ୍ତି ମହାରଥୀ ଏବଂ ଭାଇବୋହୁ ବି ଏହି ହିତାଧିକାରୀ ରେ ସାମିଲ ହେଇଛନ୍ତି I2) ସୋନେପୁର ବିଧାୟକ ତଥା ସହରାଞ୍ଚଳ ବିକାଶ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଜଣେ ଚାଷୀ ଯିଏକି କାଳିଆ ଯୋଜନାରେ 5000ଟଙ୍କା ପାଇଛନ୍ତି ଯିଏକି ଆୟକର ବାବଦରେ 10ଲକ୍ଷ ଟଙ୍କା ଦେଇଛନ୍ତି I

3)ମନ୍ତ୍ରୀ ସୁଶାନ୍ତ ସିଂହ, ଙ୍କ ଭାଇ ସୁଦିପ୍ତଙ୍କ ସିଂ ମଧ୍ୟ ଜଣେ ଚାଷୀ ଯାହାଙ୍କ ବଡ ଭାଇ ରାଜ୍ୟର ଜଣେ ପାୱାର ଫୁଲ ମନ୍ତ୍ରୀ I ବର୍ତମାନ ଶ୍ରମ ଏବଂ ଶକ୍ତି ମନ୍ତ୍ରୀ ବି ଅଛନ୍ତି I ଶକ୍ତିମନ୍ତ୍ରୀ ଙ୍କ ଭାଇ ସୁଦିପ୍ତ ଏହି ଯୋଜନାରେ 5000 ପIଇସାରିଛନ୍ତି I

4)ଢେଙ୍କାନାଳ ପର୍ଜଙ୍ଗ ବିଧାୟକ ତଥା ପରିବହନ ମନ୍ତ୍ରୀ ନୃସିଂହ ସାହୁ ଙ୍କ ଭାଇ ଉତ୍ସବ ସାହୁ ମଧ୍ୟ କାଳିଆ ଯୋଜନାର ହିତାଧିକାରୀ ଭାବେ ପ୍ରଥମ ପର୍ଯ୍ୟାୟରେ 5000 ଟଙ୍କା ପାଇସାରିଛନ୍ତି I

5)ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭାଇ ବିରେନ୍ଦ୍ର ମଧ୍ୟ ପାଇଛନ୍ତି କାଳିଆ ଯୋଜନାର ଟଙ୍କା ।
ଏବେ କଥା ଉଠୁଛି କାଳିଆ ଯୋଜନା କାହାପାଇଁ ??ଚାଷୀଙ୍କ ପାଇଁ ନା ବିଜେଡି ନେତା କର୍ମୀଙ୍କ ସଂତୁଷ୍ଟିକରଣ ପାଇଁ ??

Leave a Reply

Your email address will not be published. Required fields are marked *