ଢେଙ୍କାନାଳ ପର୍ଜଙ୍ଗ ବିଧାୟକ ତଥା ପରିବହନ ମନ୍ତ୍ରୀ ନୃସିଂହ ସାହୁ ଙ୍କ ଭାଇ ବି କାଳିଆ ଯୋଜନାରେ ପାଇଲେ 5000

ଚାଷୀ କଲେ ଉର୍ନତ ଦେଶ ହେବ ଉର୍ନତ ଏହି ନାରା ରେ ଚାଷୀଙ୍କ ପାଇଁ ସହାୟତା ର ଯୋଜନା କରାଯାଇଥିଲା କାଳିଆ I ତେବେ ଆରମ୍ଭରୁ କାଳିଆ ଯୋଜନା ର ଅବ୍ୟବସ୍ଥା ହେବାରେ ଲାଗିଛି I ପ୍ରକୃତ ହିତାଧିକାରୀ ବଦଳରେ ଲାଭ ଉଠାଉଛନ୍ତି ନେତା ଏବଂ କର୍ମୀ ମାନେ I ହିତାଧିକାରୀ ଙ୍କ ଲିଷ୍ଟରେ କିଛି ବଳିଷ୍ଠ ନେତାଙ୍କ ନାମ ରହିଥିବା ବେଳେ ଆଉ କିଛି ନେତାଙ୍କ ପରିବାର ଲୋକଙ୍କ ନାମ ରହିଛି Iଏହିକ୍ରମରେ ରହିଛି ଉତ୍ସବ ସାହୁ ଙ୍କ ନାମ I ଯାହାଙ୍କୁ କାଳିଆ ଯୋଜନାରେ ମିଳିଛି 5000ଟଙ୍କା I

ଏକଥା ଆମେ କହୁନୁ ହିତାଧିକାରୀ ଙ୍କ ଲିଷ୍ଟ ରେ ରହିଛି ତାଙ୍କ ନାମ I ଆପଣ ଭାବୁଥିବେ ସେ ଗରିବ ଚାଷୀ ହେଇଥିବେ ସେଥିପାଇଁ ତାଙ୍କୁ ସହାୟତା ମିଳିଛି ଏଥିରେ ବଡ କଥା କଣ ??ନା ଆଜ୍ଞା କଥା ଟା ସମ୍ପୂର୍ଣ୍ଣ ଭୁଲ.ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ ଯେ ଉତ୍ସବ ସାହୁ ହେଉଛନ୍ତି ବର୍ତମାନ ର ଢେଙ୍କାନାଳ ପର୍ଜଙ୍ଗ ବିଧାୟକ ତଥା ପରିବହନ ମନ୍ତ୍ରୀ ନୃସିଂହ ସାହୁ ଙ୍କ ଭାଇ I ଜଣେ ଭାଇ ମନ୍ତ୍ରୀ ଥିବାବେଳେ ଆଉ ଜଣଙ୍କୁ ମିଳିଛି କାଳିଆ ସହାୟତା I

Leave a Reply

Your email address will not be published. Required fields are marked *