ଶିକ୍ଷା ବ୍ୟତୀତ ଅନ୍ୟ କୌଣସି କାମ ଶିକ୍ଷକ ଙ୍କୁ ଦିଆ ଯିବା ନାହିଁ

ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି କି ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ଏବଂ ଶିକ୍ଷା ସହ ସମ୍ପୃକ୍ତ କିଛି କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ।ସ୍କୁଲ୍ ରେ ଅଧକ୍ଷ ଏବଂ ଅନ୍ୟ ଶିକ୍ଷକ ମାନଙ୍କୁ ଅଲଗା କାମ କରିବା ପାଇଁ ସରକାର ବାଧ୍ୟ କରି ପାରିବେ ନାହିଁ।କି ଏପରି କରୁ ନ ଥିବା ଶିକ୍ଷକ ମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନାହିଁ।
ଅଖିଳ ଦିଲ୍ଲୀ ଶିକ୍ଷକ ସଂଘ ଦ୍ୱାରା ଦାୟର ଏକ ମାମଲା ଉପରେ ଶୁଣାଣି କରି ବିଚାରପତି ସି ହରିଶଙ୍କର ନିଜର ରାୟରେ କହିଛନ୍ତି କି ଶିକ୍ଷାଦାନ ଏକ ମହତ୍ କାର୍ଯ୍ୟ।ଶିକ୍ଷକମାନେ ଭବିଷ୍ୟ ପିଢ଼ିର ଗୁଣାତ୍ମକ ବିକାଶରେ ମହତ୍ଵପୂର୍ଣ ଯୋଗଦାନ ଦେଇଥାନ୍ତି।

ତେଣୁ ସେମାନେ ଯେପରି ଏକ ନିଷ୍ଠ ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିବେ ସେଥିପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ଆବଶ୍ୟକ।ସେହିପରି ଶିକ୍ଷାଦାନ କିମ୍ବା ଶିକ୍ଷା ସହ ସମ୍ପୃକ୍ତ କାର୍ଯ୍ୟ ବ୍ୟତୀତ ଶିକ୍ଷକ ମାନଙ୍କୁ ଅନ୍ୟ କାର୍ଯ୍ୟ ଦିଆଯିବା ଶିକ୍ଷା ଅଧିକାର ଆଇନ ( ରାଇଟ ଟୁ ଏଜୁୁକେସନ୍ ଆକ୍ଟ୍)ରେ ଥିବା ନିୟମର ବିରୋଧଚରଣ କରୁଛି।
ତେବେ ଶିକ୍ଷକମାନଙ୍କୁ କେଉଁ ପିଲାଙ୍କ ନାମରେ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲାଯିବ ଏବଂ ଏବଂ ସେଗୁଡିକ ଅଧିକାର ନମ୍ୱର୍ ସହିତ ଲିଙ୍କ୍ କରିବା କାମ ଦିଆଯାଇପାରିବ।କିନ୍ତୁ ଏହି କାମ ବି କାହା ପାଇଁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ କିମ୍ବା କୌଣସି ଶିକ୍ଷକ ଏପରି କାମକୁ ମନା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *