ହଲମାର୍କ ସୁନା ଅଳଙ୍କାର ର ମାଲିକ ତଥା ଓମ ପ୍ରକାଶ ମିଶ୍ର ଜଣେ ଗରିବ ଚାଷୀ କାଳିଆ ଯୋଜନାରେ ପାଇଲେ 5000

କାଳିଆ ଯୋଜନାର ଖୋଲୁଛି ଗୁମର I ପ୍ରକୃତ ହିତାଧିକାରୀ ବଦଳରେ ପଇସା ଯାଇଛି ବଡ ବଡ ହସ୍ତୀ ମାନଙ୍କ ଆକାଉଣ୍ଟସ କୁ I ଯେଉଁମାନେ କି ଦିନେ ଚାଷ ର ମାଟି ମାଡ଼ିନଥିବେ ସେମାନେ ପାଇଛନ୍ତି ଚାଷୀ ପାଇଁ ସହାୟତା I ତେବେ ଆଉ ଜଣେ ବଳିଷ୍ଠ ନେତା ଙ୍କ ନାମ ମଧ୍ୟ ସାମିଲ ହେଇଚି ଏହି ଯୋଜନାରେ I ଯିଏ କି ଜଣେ କୋଟିପତି I ତାଙ୍କର ରାଜଧାନୀ ରେ ହଲମାର୍କ ସୁନା ଅଳଙ୍କାର ଥିବାବେଳେ ତିନି ତିନୋଟି କମ୍ପାନୀ ର ପରିଚାଳକ ଅଛନ୍ତି I ସ୍ତ୍ରୀ ଙ୍କ ନାମରେ ମଧ୍ୟ କମ୍ପାନୀ ଅଛି I ସେ ହେଉଛନ୍ତି ଓମ ପ୍ରକଶ ମିଶ୍ର I ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଆଶାୟୀ ପ୍ରାଥୀ I

ଓମ ଏବଂ ତାଙ୍କ ପତ୍ନୀ ଦେଵାନ୍ଵିତା ଆଚାର୍ଯ୍ୟ ଉଭୟ ଏହି କାଳିଆ ଯୋଜନାର ହିତାଧିକାରୀ ଭାବରେ ପ୍ରାଥମିକ ପର୍ଯ୍ୟାୟରେ 5000 ଲେଖାଏଁ 10ହଜାର ପାଇଛନ୍ତି I ତେବେ କଥା ଉଠୁଛି ଯେଉଁ ଅଧିକାରୀ ଏହି ଯୋଜନାର ତଦାରଖ କରୁଛନ୍ତି ସେ କଣ ତାଙ୍କ କର୍ତବ୍ୟ ଠିକ ସେ କରିଥିଲେ ?? ସଠିକ ଭାବରେ ଯାଞ୍ଚ କରିଥିଲେ ଯେ ପ୍ରକୃତରେ କିଏ ପାଇବାକୁ ଯୋଗ୍ୟ କିଏ ଅଯୋଗ୍ୟ ?? କେବଳ ଗୋଟିଏ କଥା କହିପାରିବା ଧନ୍ୟରେ କାଳିଆ I Source:naxatra news

Leave a Reply

Your email address will not be published. Required fields are marked *