ଏଥର ଅନ୍ ଲାଇନ ପରୀକ୍ଷା ଦେଇ ଶିକ୍ଷକ ଙ୍କୁ ମିଳିବ ପ୍ରମୋସନ୍

ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପ୍ରଶିକ୍ଷଣ ପ୍ରାପ୍ତ ସ୍ନାତକ ଡିଗ୍ରୀ ଧରି ନିୟମିତ ହେବାର ତିନି ବର୍ଷ ପରେ ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ। ଅନଲାଇନ ରେ ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଇ ସେମାନେ ହାଇସ୍କୁଲ ଶିକ୍ଷକ ପଦକୁ ପଦନୋତି ହୋଇପାରିବ।

କ୍ୟାଡ଼ର ଭିତ୍ତିରେ ପଦନୋତୀ ପାଇଁ ଏହି ଶିକ୍ଷକ ମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।ପରୀକ୍ଷାରେ ଯେଉଁମାନେ ଭଲ କରିବେ ସେମାନେ ହାଇସ୍କୁଲ ରେ ନିଯୁକ୍ତି ପାଇବେ।ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷଣ ପ୍ରାପ୍ତ କଳା ଓ ବିଜ୍ଞାନ ଡିଗ୍ରୀ ଧାରି ଶିକ୍ଷକଙ୍କ ପାଇଁ ଏଭଳି ଏକ ଯୋଜନା ଚୁଡାନ୍ତ କରିଛନ୍ତି ସରକାର। ମାସେ ମଧ୍ୟରେ ଏ ନେଇ ବିଜ୍ଞାପନ ପ୍ରକାଶ ପାଇବ।ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଅନୁମୋଦନ କରିଛନ୍ତି।

ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନେକ ଡିଗ୍ରୀ ଧାରି ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷକ ଅଛନ୍ତି।ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ହାଇସ୍କୁଲ ରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତି ନେଇଛନ୍ତି।ନିଯୁକ୍ତି ପରେ ଏହି ଶିକ୍ଷକ ମାନେ ୬ ବର୍ଷରେ ନିୟମିତ ଶିକ୍ଷକ ମାନ୍ୟତା ପାଉଛନ୍ତି। ଅନୁନ୍ୟ ତିନି ବର୍ଷ ନିୟମିତ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ହାଇସ୍କୁଲ ଶିକ୍ଷକ ପଦ ପାଇଁ ପରୀକ୍ଷା ଦେଇପାରିବେ।ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଜ ଦକ୍ଷତା ପ୍ରତିପାଦନ କଲେ ସେମାନେ ଏହି ପଦ ପାଇଁ ଯୋଗ୍ୟ ହେବେ।

ଭଲ ଶିକ୍ଷକ ମିଳିଲେ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ହେବ।ହାଇସ୍କୁଲ କୁ ଆସିଲେ ସେମାନେ ଅଧିକ ବେତନ ମଧ୍ୟ ପାଇବେ।ହାଇସ୍କୁଲ ରେ ଖାଲିଥିବା ଶିକ୍ଷକ ପଦର ୩୦%ସ୍ଥାନରେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯିବ।
ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ହଜାର ହେଉଛନ୍ତି କଳାଏବଂ ବିଜ୍ଞାନରେ ଡିଗ୍ରୀ ଧାରୀ ପ୍ରଶିକ୍ଷଣ ପ୍ରାପ୍ତ ( ଟିଜିଟି)।ହାଇସ୍କୁଲ ରେ ୩୦ ହଜାର ଶିକ୍ଷକ ପଦବୀ ଖାଲି ଥିଲେ ଏହି ବ୍ୟବସ୍ଥା ମାଧ୍ୟମରେ ୧୦ ହଜାର ଶିକ୍ଷକ ହାଇସ୍କୁଲ ରେ ନିୟୋଜିତ ହୋଇପାରିବେ।

Leave a Reply

Your email address will not be published. Required fields are marked *