ଦିଲ୍ଲୀ ରେ ବିଦ୍ୟୁତ ଉତ୍ପାଦନ ନକରି ମଧ୍ୟ ମାତ୍ର ୧ଟଙ୍କାରେ କିନ୍ତୁ ଓଡ଼ିଶାରେ ଉତ୍ପାଦନ ହେଇ ଏହି ଦର ୟୁନିଟ୍ ପିଛା ୫.୭୫ଟଙ୍କା କାହିଁକି ??

ଓଡିଶା ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ I ତେବେ ପ୍ରଥମ ଥର ପାଇଁ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ବହୁ ଚର୍ଚା ହେଉଥିଲା I ତାଙ୍କ ସହିତ କଂଗ୍ରେସ ର ବଳିଷ୍ଠ ନେତା ଶ୍ରୀକାନ୍ତ ମଧ୍ୟ ସମାବେଶରେ ଯୋଗ ଦେଇଥିଲେ I ଓଡିଶା ଗସ୍ତରେ ଆସିଥିବା କେଜ୍ରିୱାଲ ନବୀନ ପଟନାୟକ ଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତିନି ଦଳ କଂଗ୍ରେସ ବିଜେପି ବିଜେଡି କୁ ଟାର୍ଗେଟ କରିଥିଲେ I

ଓଡ଼ିଶାରେ କୌଣସି ବିରୋଧୀ ଦଳ ନାହିଁ ଯାହାବି ଅଛି ସେମାନେ ନବୀନଙ୍କ ହାତ ମୁଠାରେ I ଦିଲ୍ଲୀରେ ଯେପରି ପରିବର୍ତନ ହେଇଚି ଓଡିଶା ବାସି ଚାହିଁଲେ ଠିକ ସେହିପରି ପରିବର୍ତନ ଆସିପାରିବ I ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ଦିଲ୍ଲୀ କୁ ଡାକିଛନ୍ତି ଅରବିନ୍ଦ I କହିଛନ୍ତି କି ନବୀନ ଥରେ ଦିଲ୍ଲୀ ଆସି ଦେଖିଯାଆନ୍ତୁ କିପରି ପରିବର୍ତନ ହେଇଚି ମାତ୍ର 20ବର୍ଷ ସରକାର ରେ ନବୀନ କିଛି କରିପାରିନାହାନ୍ତି I ଏହା ସହିତ ରାଜ୍ୟର ମୁଖ୍ୟ ପ୍ରସଙ୍ଗ ବିଜୁଳି କୁ ନେଇ ନବୀନ ଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ I ଦିଲ୍ଲୀରେ ବିଦ୍ୟୁତ ଉତ୍ପାଦନ ପାଇଁ କୌଣସି ସମ୍ଭବ ନଥିଲେ ମଧ୍ୟ ମାତ୍ର ୧ଟଙ୍କାରେ ୟୁନିଟ ପିଛା ଯୋଗାଇ ଦେଉଛନ୍ତି କେଜ୍ରିୱାଲ କିନ୍ତୁ ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହେଇ ମଧ୍ୟ ୟୁନିଟ୍ ପିଛା ୫.୭୫ଟଙ୍କା ଦର ରେ ଯୋଗାଇଦିଆଯାଉଛି I

Leave a Reply

Your email address will not be published. Required fields are marked *