ସ୍କୁଲ ରେ ବି ଶିକ୍ଷକ ମାନଙ୍କ ପାଇଁ ହେବ ବାୟୋମେଟ୍ରିକ ବାଧ୍ୟତା ମୂଳକ

ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ( ପ୍ରଥମରୁ ଅଷ୍ଟମ ଶ୍ରେଣୀ)ରେ ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ଵ ହେଉଥିବା ବେଳେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଦେଉଛନ୍ତି।ପାଠପଢ଼ା ବ୍ୟବସ୍ଥାରେ କୌଣସି ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ।ରାଜ୍ୟର ସମସ୍ତ ସ୍କୁଲରେ କେତେ ଶିକ୍ଷକ ଏବଂ ଶିକ୍ଷାଗତ ଯୋଗ୍ୟତା ର ଦକ୍ଷତା ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚି ସାରିଛି।ଅନେକ ସ୍କୁଲରେ ଶିକ୍ଷକ ପଢାଇବାକୁ ନେଇ ଅଭିଯୋଗ ଉଠିଛି।ତେବେ ଶିକ୍ଷକ ମାନେ କେତେ କ୍ଲାସ୍ ନେଉଛନ୍ତି ଏବଂ କେତେ ସମୟ ପାଠ ପଢ଼ାଉଛନ୍ତି ତାହାର ରିପୋର୍ଟ ଯାଞ୍ଚ୍ ଏଣିକି କରାଯିବ।

ଅନେକ ସମୟରେ ବହୁ ଶିକ୍ଷକ ବିନା ନୋଟିସ୍ ରେ ଛୁଟିରେ ରହୁଛନ୍ତି।ଏପରି ସମସ୍ୟାର ସମାଧାନ ଲାଗି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରେ ବାୟୋମାଟ୍ରିକ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।ଶିକ୍ଷକମାନେ ସ୍କୁଲ୍ ଆସିବା ସମୟରେ ଏବଂ ସ୍କୁଲ୍ ଯିବା ସମୟରେ ବାୟୋମାଟ୍ରିକ ରେ ଉପସ୍ଥାନ ଦେବେ।ଇଂରାଜୀ ଏବଂ ବିଜ୍ଞାନ ବିଷୟ ଗୁଡ଼ିକ କ୍ଲାସ୍ ହେଉଛି କି ନାହିଁ ତାର ଯାଞ୍ଚ୍ ପ୍ରଧାନଶିକ୍ଷକ କରିବେ ଏବଂ ମାସିକ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାଖଲ କରିବେ।ରାଜ୍ୟର ସରକାରୀ,ଅନୁଦାନପ୍ରାପ୍ତ,ଘରୋଇ ସ୍କୁଲ ଗୁଡିକରେ ଏହି ନିୟମ କାର୍ଯ୍ୟକାରୀ ହେବ।

ତେବେ ରାଜ୍ୟର ସବୁ ବର୍ଗର ସ୍କୁଲ୍ ସଂଖ୍ୟା ୫୮ ହଜାର ୮୯ ଟି ରହିଛି।ଏଥିରୁ କେବଳ ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ୧ ଲକ୍ଷ ୯୭ ହଜାର ୩୨୬।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶିକ୍ଷକ ଙ୍କ ବାୟୋମାଟ୍ରିକ ମାଧ୍ୟମରେ ଯାଞ୍ଚ୍ କରାଯିବ।ଘରୋଇ ସ୍କୁଲ ଗୁଡିକରେ ମଧ୍ୟ ଶିକ୍ଷକଙ୍କ ଉପସ୍ଥାନ ଏବଂ ପାଠ ପଢ଼ିବା ସମୟ ସ୍କୁଲ୍ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟରେ ପ୍ରତି ୧୫ ଦିନରେ ଦାଖଲ କରିବେ।ଯଦି କୌଣସି ଶିକ୍ଷକ ବାୟୋମାଟ୍ରିକରେ ଉପସ୍ଥାନ ନ ଦିଅନ୍ତି ତେବେ ପ୍ରଧାନ ଶିକ୍ଷକ କାରଣ ଦର୍ଶାଅ ନୋଟିସ୍ ଜାରି କରି ରିପୋର୍ଟ ସରକାରଙ୍କ ପାଖରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *